ମହିଳା କଳାକାରଙ୍କୁ ଅଶ୍ଳୀଳ କମେଣ୍ଟ, ଯୁବକ ଗିରଫ

ଭୁବନେଶ୍ୱର: ଲକ୍ଷ୍ମୀସାଗର ମେଳଣ ପଡ଼ିଆ ପେଣ୍ଡାଲ୍‌ରେ ଯାତ୍ରା ଚାଲୁଥିବା ବେଳେ ଜଣେ ମହିଳା କଳାକାରଙ୍କୁ କମେଣ୍ଟ ମାରିବା ଅଭିଯୋଗରେ ଲକ୍ଷ୍ମୀସାଗର ଥାନା ପୁଲିସ ଜଣେ ଯୁବକକୁ ଗିରଫ କରିଛି। ସେ ହେଲା,  ଲକ୍ଷ୍ମୀସାଗର ମଣ୍ଡପ ସାହିର ଗଗନ ନାୟକ। ଆଜି ତାକୁ କୋର୍ଟ ଚାଲାଣ କରାଯାଇଛି। ପୁଲିସ ସୂଚନାନୁଯାୟୀ, ମଙ୍ଗଳବାର ଲକ୍ଷ୍ମୀସାଗର ମେଳଣ ପଡ଼ିଆରେ ଯାତ୍ରା ଚାଲିଥିଲା। ଏହି ସମୟରେ ଲକ୍ଷ୍ମୀସାଗର ମଣ୍ଡପ ସାହିର ଗଗନ ଜଣେ ମହିଳା କଳାକାରଙ୍କୁ ଅଶ୍ଳୀଳ କମେଣ୍ଟ ମାରିଥିଲା। ଏ ନେଇ କମିଟି ପକ୍ଷରୁ ଗଗନଙ୍କୁ ତାଗିଦ୍‌ କରାଯାଇଥିଲା। ମାତ୍ର ଗଗନ ଏହାକୁ ଖାତିର ନ କରି ପୁଣି ଥରେ କମେଣ୍ଟ ମାରିବା ଆରମ୍ଭ କରିଥିଲା। ଫଳରେ ଯାତ୍ରା କମିଟିର ସଦସ୍ୟମାନେ ଗଗନକୁ କାବୁ କରି ପୁଲିସର ଜିମା ଦେଇଥିଲେ।

ସମ୍ବନ୍ଧିତ ଖବର