ପରୀକ୍ଷା ଦେବାର ଏକଘଣ୍ଟା ପୂର୍ବରୁ ତୃତୀୟ ମହଲାରୁ ତଳକୁ ଡେଇଁ ପଡ଼ିଲେ ଇଞ୍ଜିନିୟର ଛାତ୍ରୀ 

ନୂଆଦିଲ୍ଲୀ: ପରୀକ୍ଷା ଦେବାର ଏକ ଘଣ୍ଟା ପୂର୍ବରୁ ଜଣେ ଇଞ୍ଜିନିୟର ଛାତ୍ରୀ ତୃତୀୟ ମହଲାରୁ ଡେଇଁ କଲେ ଆତ୍ମହତ୍ୟା।

ପରୀକ୍ଷା ଦେବା ପାଇଁ ସେ କଲେଜରେ ପହଞ୍ଚିଥିଲେ। କିନ୍ତୁ ପରୀକ୍ଷା ଦେବାକୁ ଆଉ ଗୋଟିଏ ଘଣ୍ଟା ବାକିଥିବା ବେଳେ କେହି କିଛି ବୁଝିବା ପୂର୍ବରୁ ସେ ହଠାତ ତଳକୁ ଡେଇଁ ପଡ଼ିଥିଲେ। ଏହି ଘଟଣା ମଧ୍ୟପ୍ରଦେଶ ଇନ୍ଦୋର ଜିଲ୍ଲାରେ ଘଟିଛି।

ସୂଚନାଯୋଗ୍ୟ, ଆୟୁଷି ମିଶ୍ରା ମଧ୍ୟପ୍ରଦେଶ ମହୁରେ ସୁଶିଳା ଦେବୀ ବନସଲ ଇଞ୍ଜିନିୟରିଂ କଲେଜରେ ସେକେଣ୍ଡ ଇୟର ଛାତ୍ରୀ ଥିଲେ। ସେ କଲେଜର ତୃତୀୟ ମହଲାରୁ ଡେଇଁ ଆତ୍ମହତ୍ୟା କରିଛନ୍ତି। କୁହାଯାଉଛି କି, ଗତ ଏକ ମାସରୁ ରାହୁଲ ନାମକ ଫେକ୍‌ ଆଇଡିରୁ ମେସେଜ ଆସୁଥିଲା। ଯେଉଁ କାରଣରୁ ସେ ସବୁବେଳେ ଚିନ୍ତାରେ ରହୁଥିଲେ।

ରବିବାର ସକାଳ ୧୦ଟା ସମୟ ହେବ। କଲେଜରେ ମିଡସେମ୍‌ ପରୀକ୍ଷା ସକାଳ ୧୧ଟାରେ ଆରମ୍ଭ ହେବାକୁ ଥିଲା। ଏହାପୂର୍ବରୁ ତୃତୀୟ ମହଲାରେ ୨୦ବର୍ଷୀୟ ଆୟୁଷି ମିଶ୍ରା ସାଥୀମାନଙ୍କ ସହ ମିଶି ପାଠପଢ଼ୁଥିଲା। ଏହି ସମୟରେ ସେ ଫୋନ୍‌ ଓ ବହିଖାତା ନେଇ ଗ୍ୟାଲେରି ଆଡକୁ ଚାଲି ଯାଇଥିଲେ। ଓ କେହି କିଛି ବୁଝିବା ପୂର୍ବରୁ ତୃତୀୟ ମହଲାରୁ ଡେଇଁ ଆତ୍ମହତ୍ୟା କରିଥିଲେ। ହଠାତ୍‌ ଯୁବତୀଙ୍କ ଚିଲେଇବା ଶବ୍ଦ ଶୁଣି ସାଙ୍ଗମାନେ ଗ୍ୟାଲେରୀ ଆଡକୁ ଆସିଲା ବେଳକୁ ଆୟୁଷି ଚଟାଣରେ ଗୁରୁତର ଅବସ୍ଥାରେ ପଡ଼ିଥିଲେ। ସଙ୍ଗେସଙ୍ଗେ ତାଙ୍କୁ ସେଠାରୁ ଉଦ୍ଧାର କରି ମଧ୍ୟଭାରତ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ଏଠାରେ ଡାକ୍ତର ତାଙ୍କୁ ମୃତବୋଲି ଘୋଷଣା କରିଥିଲେ।

ସମ୍ବନ୍ଧିତ ଖବର