ପୁରୀ : ଦୁଷ୍କର୍ମ ମାମଲାରେ କନଷ୍ଟେବଳ ଗିରଫ

ପୁରୀ : ଶେଷରେ ପରକୀୟା ପ୍ରୀତି ପୁଲିସ କନେଷ୍ଟବଳଙ୍କୁ ମହଙ୍ଗା ପଡ଼ିଛି। ଜଣେ ମହିଳାଙ୍କୁ ବ୍ଲାକମେଲିଂ କରି ବାରମ୍ବାର ଦୁଷ୍କର୍ମ କରିବା ଅଭିଯୋଗରେ ଆଜି ନିମାପଡ଼ା ଥାନାର ଡ୍ରାଇଭର ଗଙ୍ଗାଧର ରାଉତକୁ ସତ୍ୟବାଦୀ ଥାନା ପୁଲିସ ଗିରଫ କରିଛି। ଆଜି ସତ୍ୟବାଦୀ ଥାନା ପୁଲିସ ଗଙ୍ଗାଧରକୁ ନେଇ ଡାକ୍ତରଖାନାରେ ଡାକ୍ତରୀ ମାଇନା କରାଇଛି। ଆସନ୍ତାକାଲି ତାକୁ କୋର୍ଟଚାଲାଣ କରାଯିବ ବୋଲି ପୁଲିସ କହିଛି। ଅସୁବିଧାରେ ପଡ଼ିଥିବା ଜନୈକା ମହିଳାଙ୍କ ସରଳତାର ସୁଯୋଗ ନେଇ ତାଙ୍କୁ ଗଙ୍ଗାଧର ବ୍ଲାକମେଲିଂ କରି ବାରମ୍ବାର ଦୁଷ୍କର୍ମ କରିଥିବା ନେଇ ସତ୍ୟବାଦୀ ଥାନାରେ ଅଭିଯୋଗ ହୋଇଥିଲା। ଅଭିଯୋଗକୁ ଭିତ୍ତି କରି ସତ୍ୟବାଦୀ ଥାନା ପୁଲିସ ଏକ ମାମଲା ରୁଜୁ କରିଥିଲା। ଦୀର୍ଘ ଦେଢ଼ ବର୍ଷ ଧରି ଗଙ୍ଗାଧରଙ୍କୁ ଜାମିନ ଆଣିବା ପାଇଁ ସତ୍ୟବାଦୀ ଥାନା ପୁଲିସ ଢ଼ିଲା ଛାଡ଼ିଥିଲା। ଫଳରେ କନେ‌ଷ୍ଟବଳ ଗଙ୍ଗାଧର ଗତ ବର୍ଷ ଜୁଲାଇ ମାସ ୬ ତାରିଖ ଦିନ ହାଇକୋର୍ଟରୁ ଜାମିନ ଆଣିଥିଲା। ଦୀର୍ଘ ଦେଢ଼ ବର୍ଷ ଧରି ସେ ନିଜ ପୁଲିସ ଡିଉଟି କରିଥିଲା। ଫଳରେ ପୀଡ଼ିତା ଜଣକ ଏସ୍‌ପିଙ୍କ ଦ୍ବାରସ୍ଥ ହୋଇଥିଲେ।

ସମ୍ବନ୍ଧିତ ଖବର