ମହିଳା କର୍ମଚାରୀଙ୍କୁ ଅସଦାଚରଣ କରିବା ମହଙ୍ଗା ପଡ଼ିଲା, ଚାକିରିରୁ ନିଲମ୍ବିତ ହେଲେ ସରକାରୀ କର୍ମଚାରୀ

ଅମୃତସର: ପଞ୍ଜାବ ଅମୃତସରରେ ଜଣେ ମହିଳା ନିଜ ସିନିୟର କର୍ମଚାରୀଙ୍କ ଉପରେ ଯୌନ ଉତ୍ପୀଡନର ଅଭିଯୋଗ ଆଣିଛନ୍ତି। ଉକ୍ତ ମହିଳା ଜଣକ ପଞ୍ଜାବ ସରକାରଙ୍କ ଦ୍ଵାରା ସଞ୍ଚାଳିତ ଏକ ସହକାରୀ ସଙ୍ଘରେ କାମ କରୁଥିବା ଜଣାପଡ଼ିଛି। ପୁଲିସ ଏହି ଘଟଣାକୁ ଗୁରୁତର ଭାବେ ନେବାସହ ଉକ୍ତ କର୍ମଚାରୀଙ୍କୁ ଚାକିରିରୁ ନିଲମ୍ବନ କରିଛି।

ମହିଳା ଜଣଙ୍କ ମ୍ୟାନେଜର ରାନ୍ଧାୱାଙ୍କ ବିରୋଧରେ ରାଜ୍ୟ ମହିଳା କମିଶନ ଓ ଅମୃତସର ପୁଲିସ କମିଶନରଙ୍କୁ ଲିଖିତ ଅଭିଯୋଗ ଦେଇଥିଲେ । ମହିଳା ଅଭିଯୋଗ କରି କହିଥିଲେ କି, ଯେ ରାନ୍ଧୱା ତାଙ୍କୁ ଶାରୀରିକ ନିର୍ଯାତନା ଦେବା ସହ ଜୋରଜବରଦସ୍ତି ଚୁମ୍ବନ କରୁଥିଲେ । ଏହାକୁ ସେ ବିରୋଧ କରିବାରୁ ତାଙ୍କୁ ଅନ୍ୟତ୍ର ଟ୍ରାନ୍‌ସଫର କରିଦେବେ ବୋଲି ଧମକ ମଧ୍ୟ ଦେଇଥିଲେ ।

ଏହି ଘଟଣା ଗୁରୁତର ଭାବରେ ନିଆଯାଇ ଏକ ତଦନ୍ତକାରୀ ଟିମ ଗଠନ କରାଯାଇ ଘଟଣାକୁ ଅଧିକ ଗମ୍ଭୀର ଭାବେ ନିଆଯାଇଥିଲା। ଫଳରେ ଶେଷରେ ମ୍ୟାନେଜରଙ୍କୁ ଚାକିରିକୁ ନିଲମ୍ବିତ କରିବା ସହିତ ତାଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ଅତିରିକ୍ତ ଡେପୁଟି କମିଶନର ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର