ଡିୟ୍ୟୁଟିରେ ଥିବା ସମୟରେ ବାର୍‌ ଡ୍ୟାନ୍ସରଙ୍କ ନୃତ୍ୟରେ ମତୁଆଲ ହେବା ପୁଲିସବାବୁଙ୍କୁ ମହଙ୍ଗା ପଡ଼ିଲା

ଉନ୍ନାବ: ଉତ୍ତରପ୍ରଦେଶର ଜଣେ ପୁଲିସବାବୁଙ୍କ ଲଜ୍ଜନୀୟ ଚେହେରା ସାମ୍ନାକୁ ଆସିଛି। ରାଜଧାନୀ ଲକ୍ଷ୍ମୌର ଉନ୍ନାବ ଜିଲ୍ଲାରେ ଏକ ତିନି ଦିନିଆ କାର୍ଯ୍ୟକ୍ରମରେ ଚାଲୁଥିଲା। ଏହି ସମୟରେ ଏହାର ସୁରକ୍ଷା ଦାୟିତ୍ୱରେ ଥିବା ଜଣେ ପୁଲିସବାବୁ ବାର୍‌ ଡ୍ୟାନ୍ସରଙ୍କ ନୃତ୍ୟରେ ମତୁଆଲ ହୋଇ ମଞ୍ଚ ଉପରକୁ ଚଢ଼ି ଆସି ସେମାନଙ୍କ ଉପରେ ଟଙ୍କା ଉଡାଇବାକୁ ଲାଗିଥିଲେ। ଏହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।

୩୨ ସେକେଣ୍ଡର ଏହି ଭିଡିଓରେ ଦେଖିବାକୁ ମିଳୁଛି, ଏହି ପୁଲିସବାବୁ ଜଣକ ନିଜର ପଦବୀ ଓ ପୋଷାକର ତିଳେମାତ୍ର ଖାତିର ନକରି ବାର୍‌ ଡ୍ୟାନ୍ସରଙ୍କ ଉପରେ ଟଙ୍କା ଉଡାଉଛନ୍ତି। ଏହି ସମୟରେ ପୁଲିସବାବୁଙ୍କ ପାଖକୁ ଯେଉଁ ବାରବାଲି ଆସୁଛନ୍ତି ସେ ତାଙ୍କ ହାତରେ ଟଙ୍କା ମଧ୍ୟ ଧରାଇ ଦେଉଛନ୍ତି। ଏହି ଭିଡିଓକୁ ନେଇ ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଖିବାକୁ ମିଳୁଛି। ଏହି ଭିଡିଓ ଭାଇରାଲ ହେବା ପରେ ଉକ୍ତ ପୁଲିସବାବୁଙ୍କୁ ଚାକିରିରୁ ନିଲମ୍ବିତ କରି ଦିଆଯାଇଛି।

ସମ୍ବନ୍ଧିତ ଖବର