୬ଘଣ୍ଟା ପରେ ଆସିଲା ଆମ୍ବୁଲାନ୍ସ, ୧୮ଘଣ୍ଟା ପରେ ଶଯ୍ୟା ମିଳିଲା ବେଳକୁ କରୋନା ଆକ୍ରାନ୍ତଙ୍କ ଉଡ଼ିଗଲା ପ୍ରାଣବାୟୁ

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଯଦି ପରିବାର ସଦସ୍ୟଙ୍କ ମଧ୍ୟରୁ କାହାରି ଶରୀରରେ କରୋନା ପଜିଟିଭ୍‌ ଚିହ୍ନଟ ହେଉଛି, ତେବେ ସେହି ପରିବାର ଲୋକଙ୍କୁ ନାହିଁ ନଥିବା ଅସୁବିଧାର ସାମ୍ନା କରିବାକୁ ପଡ଼ୁଛି। ଏହାର ଏକ ଉଦାହରଣ ନିକଟରେ ଦେଖିବାକୁ ମିଳିଛି।

ରୋଗୀଙ୍କ ପରିବାର ସଦସ୍ୟ ରୋଗୀଙ୍କୁ ହସ୍‌ପିଟାଲ୍‌ ନେବା ପାଇଁ ଆମ୍ବୁଲାନ୍ସ ଡକାଇଥିଲେ। ତେବେ ଆମ୍ବୁଲାନ୍ସ ୬ଘଣ୍ଟା ବିଳମ୍ବରେ ଆସି ପହଞ୍ଚିଥିଲା। କେବଳ ଏତିକି ନୁହେଁ ରୋଗୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ୧୮ ଘଣ୍ଟାରୁ ଅଧିକ ସମୟ ଲାଗିଥିଲା ଏବଂ ଭର୍ତ୍ତି ହେବାର କିଛି ଘଣ୍ଟା ମଧ୍ୟରେ ରୋଗୀଙ୍କ ମୃତ୍ୟୁ ଘଟିଥିଲା।

Coronavirus Outbreak Highlights: 45-yr-old woman becomes first ...
Firstpost

ଭାକୋଲାରେ ରହୁଥିବା ସୁରେଶ ଚୌହ୍ଵାନ (ଛଦ୍ମନାମ)ଙ୍କ ଭାଇ ସଚିନ୍‌ ଚୌହ୍ଵାନଙ୍କ କହିବାନୁସାରେ, ମଇ ୧୦ ତାରିଖରେ ତାଙ୍କ ଭାଇର ଜ୍ୱର ହୋଇଥିଲା। ଯାହା ପରେ ସେ ନିକଟସ୍ଥ ଡାକ୍ତରଙ୍କୁ ଦେଖାଇ ଔଷଧ ନେଇ ଭାଇକୁ ଘରକୁ ନେଇ ଆସିଥିଲେ। କିନ୍ତୁ ଔଷଧ ଖାଇବା ପରେ ବି ଶରୀରରେ ଯନ୍ତ୍ରଣା ହେବା ସହ ଭାଇ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିଥିଲା। ଫଳରେ ସେ ଗତ ବୁଧବାର ଦିନ ବି ଏନ୍‌ ଦେଶାଇ ଡାକ୍ତରଖାନାକୁ ନେଇଯାଇଥିଲେ। ଯେଉଁଠାରେ ସୁରେଶ ଚୌହ୍ଵାନ ଛାତିର ଏକ୍ସ-ରେ କରାଯାଇଥିଲା। ଏକ୍ସ-ରେ ରିପୋର୍ଟରେ ନିମୋନିଆ ଥିବା ଜଣାପଡ଼ିବା ପରେ ଚିକିତ୍ସା ପାଇଁ ସୁରେଶକୁ କପୁର୍‌ ହସ୍ପିଟାଲକୁ ସ୍ଥାନାନ୍ତର କରି ଦିଆଯାଇଥିଲା।

ଦୁଇ ଦିନ ପରେ ଶୁକ୍ରବାର ଭାଇର କୋଭିଡ ରିପୋର୍ଟ ଆସିଥିଲା। ଯେଉଁଥିରେ କରୋନା ଚିହ୍ନଟ ହୋଇଥିବା ଜଣାପଡ଼ିଥିଲା। ଏହାପରେ ସନ୍ଧ୍ୟା ୬ଟାରେ ବିଏମସି ହେଲ୍‌ପଲାଇନ ନମ୍ବର ୧୯୧୬ କୁ ଫୋନ୍‌ କରି ସମସ୍ତ ସୂଚନା ଦେଇଥିଲେ। ଶେଷରେ ରାତି ୧୨.୩୦ ଅର୍ଥାତ ୬ଘଣ୍ଟା ବିଳମ୍ବରେ ଆମ୍ବୁଲାନ୍‌ସ ଆସି ପହଞ୍ଚି ଥିଲା। ସେମାନେ ରୋଗୀକୁ ନେଇ ଗୁରୁନାନକ ଡାକ୍ତରଖାନାକୁ ଯାଇଥିଲେ। ଯେଉଁଠାରେ ଡାକ୍ତରମାନେ ରିପୋର୍ଟ ଦେଖିବା ପାଇଁ ରୋଗୀକୁ ଆଇସିୟୁ ଦରକାର କହି ସେଭେନ ହିଲ୍‌ସ ହସ୍ପିଟାଲକୁ ସ୍ଥାନାନ୍ତର କରି ଦେଇଥିଲେ। ସେଠରେ ଘଣ୍ଟା ଘଣ୍ଟା ଅପେକ୍ଷା କରିବା ପରେ ମଧ୍ୟ ଶଯ୍ୟା ମିଳିଲା ନଥିଲା।

Delay in ambulance services continue, wait time several hours in ...
The Indian Express

ମୃତକଙ୍କ ଭାଇ କହିଛନ୍ତି, ଭାଇର ଅବସ୍ଥା ଖରାପ ହେବା ଦେଖି ଆମେ କିଛି ନେତାଙ୍କୁ ଡାକାଇଥିଲୁ। ଏହା ପରେ ଆମେ ବିଏମସିର ଟ୍ରାମା ସେଣ୍ଟରରେ ୧୮ ଘଣ୍ଟା ପରେ ଏକ ଶଯ୍ୟା ପାଇଥିଲୁ। କିନ୍ତୁ ଦୁର୍ଭାଗ୍ୟବଶତଃ ଶୁକ୍ରବାର ରାତି ପ୍ରାୟ ୧୨ ଟା ବେଳେ ଆମ ପାଖକୁ ଏକ କଲ ଆସିଥିଲା। ଏହି କଲଟିରେ ଭାଇ ମୃତ୍ୟୁ ଖବର ଥିଲା। ଯଦି ଏପରି ବିଳମ୍ବ ହୋଇ ନଥାଆନ୍ତା ମୋ ଭାଇର ଠିକ୍‌ ସମୟରେ ଚିକିତ୍ସା ହୋଇଥାଆନ୍ତା ତେବେ ଆଜି ସେ ବଞ୍ଚି ଯାଇଥାଆନ୍ତା।

ସମ୍ବନ୍ଧିତ ଖବର