ଜିନ୍ସ ପିନ୍ଧିଥିବା ହେତୁ ଯୁବତୀଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳି କଲେ ସହଯାତ୍ରୀ, ଏପରି ଅସଭ୍ୟ ଆଚରଣକୁ  ଭିଡିଓ କରି ଫେସ୍‌ବୁକ୍‌ରେ ପୋଷ୍ଟ କଲେ ଯୁବତୀ

କୋଲକାତା: ନିଜ ହିସାବରେ ବଞ୍ଚିବାର ଅଧିକାର ସମସ୍ତଙ୍କ ନିକଟରେ ରହିଥିବା ବେଳେ କୋଲକାତାର ଏକ ଚଳନ୍ତା ଟ୍ରେନ୍‌ରେ ଦେଖିବାକୁ ମିଳିଛି ଏକ ଲଜ୍ଜାଜନକ ଘଟଣା। ଟ୍ରେନ୍‌ ମଧ୍ୟରେ ଜଣେ ଯୁବତୀ ଜିନ୍‌ସି ପିନ୍ଧିଥିବା ହେତୁ ସେହି ଟ୍ରେନ୍‌ରେ ଯାତ୍ରା କରୁଥିବା ଜଣେ ବ୍ୟକ୍ତି ତାଙ୍କ ସହ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ବ୍ୟକ୍ତି ଜଣକ ଯୁବତୀଙ୍କ ଉପରେ ଆପତ୍ତିଜନକ ଭାଷା ପ୍ରୟୋଗ କରୁଥିବା ସମୟରେ ଯୁବତୀ ତାହାକୁ ଭିଡିଓ ରେକର୍ଡିଂ କରି ନିଜ୍‌ ଫେସ୍‌ବୁକ୍‌ ପେଜ୍‌ରେ ଅପ୍‌ଲୋଡ କରି ଜନ ସମର୍ଥନ ମାଗିଛନ୍ତି। ଯୁବତୀ ଜଣକ ଉକ୍ତ ବ୍ୟକ୍ତିଙ୍କ ବିରୋଧରେ ପୁଲିସ୍‌ରେ ଅଭିଯୋଗ ମଧ୍ୟ କରିଛନ୍ତି।

ଗତ ୨୩ ତାରିଖ ରାତିରେ କୋଲକାତାର ଏକ ମଲ୍‌ଟିନ୍ୟାସ୍‌ନାଲ୍‌ କମ୍ପାନିରେ କାର୍ଯ୍ୟ କରୁଥିବା  ୨୮ ବର୍ଷିଅ ବ୍ୟକ୍ତି ତାଙ୍କର ୨୪ ବର୍ଷୀୟା  ବାନ୍ଧବୀଙ୍କ ସହ ମେଟ୍ରା ଟ୍ରେନ୍‌ରେ ଚଢ଼ିଥିଲେ। ଦୁହେଁ ସିଆଲ୍‌ଦାହଠାରେ ଓହ୍ଲାଇ ରାତି ପ୍ରାୟ ୯ଟା ସମୟରେ କ୍ରିଷ୍ଣାନଗର ଯିବା ପାଇଁ ଏକ ଟ୍ରେନ୍‌ ଧରିଥିଲେ। ସେହି ଟ୍ରେନ୍‌ରେ ଯାତ୍ରା କରୁଥିବା ଜଣେ ଅସାମାଜିକ ବ୍ୟକ୍ତି ଯୁବତୀଙ୍କ ପୋଷାକ ଉପରେ ଆଙ୍ଗୁଠି ଉଠାଇ ତାଙ୍କୁ  ଅଶ୍ରାବ୍ୟ ଭାଷାରେ  ଟିପ୍ପଣୀ କରିଥିଲେ। ପୂରା ଘଟଣାକୁ ଯୁବତୀ ଜଣକ ନିଜ ମୋବାଇଲ୍‌ ଫୋନ୍‌ କ୍ୟାମେରାରେ କଏଦ କରିଦେଇଥିଲେ।

ତା’ପରେ ଯୁବତୀ ଜଣକ ନିଜ ସହ ଘଟିଥିବା ଏହି ଘଟଣାକୁ ନିଜ ଫେସ୍‌ବୁକ୍‌ ପେଜ୍‌ରେ ସେୟାର୍‌ କରିବା ସହ ରେଳବାଇ ପୁଲିସ୍‌ରେ ମଧ୍ୟ ଏକ ଅଭିଯୋଗ ଲେଖାଇଛନ୍ତି। ଭିଡିଓରେ ବ୍ୟକ୍ତି ଜଣକ ବଙ୍ଗାଳୀରେ କଥା ହେଉଥିବାର ଶୁଣିବାକୁ ମିଳୁଛି।

ସମ୍ବନ୍ଧିତ ଖବର