ଅନୁଗୁଳ: ଲକ୍ଷାଧିକ ଟଙ୍କା ଡକାୟତି ସହ ପତି,ପତ୍ନୀ ଓ ୭ ବର୍ଷର ପୁଅକୁ ତଣ୍ଟିକାଟି ହତ୍ୟା

ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ସଞ୍ଜାମରା ଗମ୍ଭାରିମଲିହା ଗାଁରେ ମାତ୍ର ୩ ମାସ ତଳେ ଦ୍ୱିତୀୟ ବିବାହ କରିଥିବା ସ୍ୱାମୀ, ଓ ତାଙ୍କ ନବ ବିବାହିତା ସ୍ତ୍ରୀଙ୍କ ଗଳାକାଟି କେହି ହତ୍ୟା କରିଛି । ଘରଠାରୁ କିଛିଦୂରରେ ପାଇକସାହି- ଠାକୁରଗଡ଼ ରାସ୍ତାର ଗୋକଣ୍ଡା ନନ୍ଦତଇଲା ପୋଲ ତଳେ ସ୍ୱାମୀ ବିରଞ୍ଚି ନାୟକଙ୍କ ଶବ ମିଳିଥିବା ବେଳେ ପତ୍ନୀଙ୍କ ଶବ ଘର ପଛପଟେ ଥିବା ହରଡ଼ କିଆରିରେ ପଡ଼ିଛି। ଉଭୟଙ୍କ ତଣ୍ଟିକୁ ଧାରୁଆ ଅସ୍ତ୍ରରେ କାଟିହତ୍ୟା କରାଯାଇଛି। ଏହା ସହିତ ଦମ୍ପତ୍ତିଙ୍କ ୭ ବର୍ଷର ପୁଅଟିକୁ ମଧ୍ୟ ହତ୍ୟା କରାଯାଇଛି । ବିରଞ୍ଚିଙ୍କ ଘରୁ ସୁନାରୁପା ସହିତ ଗତକାଲି ସେ ଏକ ବ୍ୟବସାୟ ପାଇଁ ଋଣ ଆଣିଥିବା ୧ ଲକ୍ଷ ୭୫ ହଜାର ଟଙ୍କା ମଧ୍ୟ ଡକାୟତି ହୋଇ ଯାଇଛି। ଡକାୟତି ପାଇଁ ପତିପତ୍ନୀ ଓ ପୁଅକୁ ହତ୍ୟା କରାଯାଇଥିବା କୁହାଯାଉଛି।
ଆଜି ସକାଳୁ ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ୍‌ର ପାଇକସାହି- ଠାକୁରଗଡ଼ ରାସ୍ତାର ଗୋକଣ୍ଡା ନନ୍ଦତଇଲା ପୋଲ ତଳେ ଜଣେ ଯୁବକଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ପଡ଼ିଥିବା ଦେଖିବାକୁ ମିଳଥିଲା। ଜିନ୍‌ ପ୍ୟାଣ୍ଟ ପରିହିତ ଏହି ଯୁବକଙ୍କ ତଣ୍ଟି କାଟି ହତ୍ୟା କରିବା ପରେ ତାଙ୍କୁ ପୋଲ ତଳକୁ ଫିଙ୍ଗି ଦିଆଯାଇଥିବା ଆଶଙ୍କା କରାଯାଉଛି। ଯୁବକଙ୍କ ଜଣକ ହେଉଛନ୍ତି ଅନୁଗୁଳ ଜିଲ୍ଲା କିଶୋରନଗର ସଞ୍ଜାମରା ଗମ୍ଭାରିମଲିହା ଗାଁର ବିରଞ୍ଚି ନାୟକ (ନାୟକ)। ତେବେ ଯେଉଁ ପୋଲ ତଳେ ଯୁବକଙ୍କ ମୃତ ଦେହ ପଡ଼ିଛି, ସେହି ପୋଲ ଉପରେ ମଦବୋତଲ ଓ ଅନ୍ୟାନ୍ୟ ସାମଗ୍ରୀ ପଡ଼ିଥିବାରୁ ଏକାଧିକ ବ୍ୟକ୍ତି ମଦ୍ୟପାନ କରିବା ସହିତ ଏହି ଘଟଣା ଘଟାଇଥିବା ଅନୁମାନ କରାଯାଉଛି। ଖବରପାଇ ଠାକୁୁରଗଡ଼ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଅପରପକ୍ଷେ ଏହି ଘଟଣାର କିଛି ସମୟ ପରେ ଅନୁଗୁଳ ଜିଲ୍ଲା କିଶୋରନଗର ସଞ୍ଜାମରା ଗମ୍ଭାରିମଲିହା ଗାଁର ଏକ ହରଡ଼ କିଆରିରେ ବିରଞ୍ଚିଙ୍କ ପତ୍ନୀ ତାରିଣୀ ନାୟକଙ୍କ ରକ୍ତ ଜୁଡ଼ୁବୁଡ଼ ମୃତଦେହକୁ ପୁଲିସ ଜବତ କରିଛି। ତାଙ୍କ ତଣ୍ଟିକୁ ମଧ୍ୟ କୌଣସି ଏକ ଧାରୁଆ ଅସ୍ତ୍ରରେ କଟାଯାଇଥିିବା ଦେଖିବାକୁ ମିଳିଛି। .ସେହିପରି ତାଙ୍କ ୭ ବର୍ଷର ପୁଅ ଲବ ନାୟକର ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ବୀରମୁଣ୍ଡା ଜଙ୍ଗଲରେ ପଡ଼ିଥିବା ଦେଖିବାକୁ ମିଳଥିଲା।
ସୂଚନା ଯୋଗ୍ୟ ଯେ ବିରଞ୍ଚିଙ୍କ ପ୍ରଥମ ପତ୍ନୀଙ୍କ ମୃତ୍ୟୁ ପରେ ବିରଞ୍ଚି ମାତ୍ର ୩ ମାସ ତଳେ ତାରିଣୀଙ୍କୁ ଦ୍ୱିତୀୟ ବିବାହ କରିଥିଲେ। ବିରଞ୍ଚିଙ୍କର ପ୍ରଥମ ପତ୍ନୀଙ୍କ ଠାରୁ ସେମାନଙ୍କର ଏକ ୭ ବର୍ଷର ପୁଅ ଓ ୧ ବର୍ଷର ଅଛି। ବିରଞ୍ଚି ନିଜ ବ୍ୟବସାୟ ବଢ଼ାଇବା ପାଇଁ ଏକ ଏସଏସଜିରୁ ୧ ଲକ୍ଷ ୭୫ ହଜାର ଟଙ୍କା ଗତକାଲି ଋଣ ଆଣିଥିଲେ। ମାତ୍ର ଗତକାଲି ରାତିରେ କେତେକ ଡକାୟତ ତାଙ୍କ ଘରେ ପଶି ପ୍ରଥମେ ପତ୍ନୀଙ୍କୁ ହତ୍ୟା କରି ତାଙ୍କର ସମସ୍ତ ସୁନାରୁପା ଅଳଙ୍କାର ଲୁଟି ନେଇଥିଲେ। ଡକାୟତମାନେ ବିରଞ୍ଚିଙ୍କୁ ମାଡ଼ ମାରି ବେହୋସେ କରିବା ପରେ ଘର ଭିତରେ ଥିବା ସମସ୍ତ ବାକ୍ସ, ଆଲମିରା ଭାଙ୍ଗି ଟଙ୍କା ପଇସା ଲୁଟିବା ସହିତ ବେହୋସ ଅବସ୍ଥାରେ ବିରଞ୍ଚିଙ୍କ ଧରି ପୋଲ ପାଖକୁ ନେଇଛନ୍ତି ଓ ସେଠାରେ ତାଙ୍କ ଗଳାକାଟି ହତ୍ୟା କରିଛନ୍ତି ବୋଲି ଗ୍ରାମବାସୀମାନେ ସନ୍ଦେହ କରୁଛନ୍ତି।
ଆଜି ସକାଳେ ଜଣେ ବ୍ୟକ୍ତି ଆସି ଦେଖିବା ବେଳକୁ ବିରଞ୍ଚିଙ୍କ ୧ ବର୍ଷର ଶିଶୁକନ୍ୟାଟିର ଦେହରେ ରକ୍ତି ଲାଗିଛି। ସେ ଗ୍ରାମବାସୀଙ୍କୁ ଡାକ ପକାଇବାରୁ ଘଟଣା ପ୍ରଚାର ହୋଇଥିଲା।ତେବେ ବାପା ମାଆଙ୍କ ହତ୍ୟା ପରେ ସେମାନଙ୍କ ୭ ବର୍ଷର ପୁତ୍ରଟିର ଖୋଜ ଖବର ମିଳୁ ନାହିଁ। ବିରଞ୍ଚିଙ୍କ ଘର ପାଖରେ ରହୁଥିବା ଜଣେ ଭଡ଼ାଟିଆ ଏହି ହତ୍ୟାକାଣ୍ଡ ଘଟାଇଥିବା ସନ୍ଦେହ କରାଯାଉଛିି।

ସମ୍ବନ୍ଧିତ ଖବର