ନିଜ ବାପ ଦ୍ୱାରା ଦୁଷ୍କର୍ମର ଶିକାର ହୋଇ ୧୩ ସପ୍ତାହର ଗର୍ଭବତୀ ନାବାଳିକାଙ୍କୁ ମିଳିଲା ଗର୍ଭପାତ ଅନୁମତି

ମଥୁରା: ପୋସ୍କୋ କୋର୍ଟ ରବିବାର ଜଣେ ନାବାଳିକା ଦୁଷ୍କର୍ମ ପୀଡ଼ିତାଙ୍କ ଉଦ୍ଦେଶ୍ୟରେ ନିଜର ଐତିହାସିକ ରାୟ ଶୁଣାଇଛନ୍ତି। ପୀଡ଼ିତା ଜଣକ ଦୁଷ୍କର୍ମ ହେବା ପରେ ୧୩ ସପ୍ତାହର ଗର୍ଭବତୀ ହୋଇଥିବା ବେଳେ କୋର୍ଟ ତାଙ୍କୁ ଗର୍ଭପାତ ଅନୁମତି ପ୍ରଦାନ କରିଛନ୍ତି।

ଅଭିଯୋଗ ହୋଇଛି ଯେ ନିଜ ବାପାଙ୍କ ଦ୍ୱାରା ବାରମ୍ବାର ଦୁଷ୍କର୍ମର ଶିକାର ହେବା ପରେ ପୀଡ଼ିତା ଜଣକ ଗର୍ଭବତୀ ହୋଇଥିଲେ। ଅଭିଯୁକ୍ତ ବାପ ଧୀରଜ କୁମାର ନାମରେ ପୀଡ଼ିତାଙ୍କ ମାଆ ଅଭିଯୋଗ ଆଣିଥିଲେ। ଅଗଷ୍ଟ ୮ ତାରିଖରେ ପୁଲିସ୍‌ ଧୀରଜକୁ ଗିରଫ କରିଥିଲା।

ଏହି ମାମଲାର ତଦନ୍ତ ସେବେଠାରୁ ଚାଲୁ ରହିଥିଲା। ବିଚାରପତି ବିବେକାନନ୍ଦ ସରନ ତ୍ରିପାଠୀ ଏହାର ବିଚାର କରି ତଦନ୍ତକାରୀ ଅଧିକାରୀଙ୍କୁ ସୂଚୀତ କରିଥିଲେ ଯେ ପୀଡ଼ିତାଙ୍କ ଗର୍ଭପାତ ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ଦ୍ୱାରା କରାଇବାକୁ।

ଏହାଛଡ଼ା ଭ୍ରୁଣର ଡିଏନ୍‌ଏ ନମୂନା ପାଇଁ ମଧ୍ୟ ବିଚାରପତି ନିର୍ଦ୍ଦେଶ ଦେଇଛନ୍ତି। ଏଥି ସହିତ ପୀଡ଼ିତାଙ୍କ ପରିବାରକୁ ଅନୁକମ୍ପାମୂଳକ ରାଶି ଭାବେ ୨ ଲକ୍ଷ ଟଙ୍କା ଦେବା ପାଇଁ ମଥୁରା ଜିଲ୍ଲା ମାଜିଷ୍ଟ୍ରେଟ୍‌ଙ୍କୁ ଦାୟିତ୍ୱ ଦେଇଛନ୍ତି।

ସମ୍ବନ୍ଧିତ ଖବର