ସ୍ତ୍ରୀଙ୍କ ଅଭିଯୋଗ ଭିତ୍ତିରେ ସ୍ୱାମୀଙ୍କ ପୁରୁଷତ୍ୱ ପରୀକ୍ଷା ପାଇଁ ନିର୍ଦ୍ଦେଶ ଦେଲେ କୋର୍ଟ

0

ହାଇଦ୍ରାବାଦ: ଚତୁର୍ଥୀ ରାତିରେ ସ୍ୱାମୀ ଜଣେ ନଂପୁସକ ବୋଲି ଜାଣିବା ପରେ ଏହି କଥା ପରିବାର ଲୋକଙ୍କ ଆଗରେ କହିଥିବା ସ୍ତ୍ରୀଙ୍କ ସମ୍ବେଦନଶୀଳ ଅଙ୍ଗ ସହିତ ବାରମ୍ବାର ଛୁରିକାଘାତ କରି ହତ୍ୟା ଉଦ୍ୟମ କରିଥିବା ସ୍ୱାମୀଙ୍କ ପୁରଷତ୍ୱ ପରୀକ୍ଷା ପାଇଁ ତେଲେଙ୍ଗାନାର ଚିତୋର ଜିଲ୍ଲା କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଗିରଫ ହୋଇ ଜେଲରେ ଥିବା ଅଭିଯୁକ୍ତ ସ୍ୱାମୀଙ୍କ ଓକିଲ ଓ ପରିବାର ସହିତ ଆଲୋଚନା କରାଯାଇ ଦିନେ ଦୁଇଦିନ ମଧ୍ୟରେ ହାଇଦ୍ରାବାଦରେ ସ୍ୱାମୀଙ୍କ ପୁରୁଷତ୍ୱ ପରୀକ୍ଷା କରାଯିବ ବୋଲି ପୁଲିସ ସୂଚନା ଦେଇଛି।


ସୂଚନାଯୋଗ୍ୟ ଯେ ଆନ୍ଧ୍ରପ୍ରଦେଶର ଚିତୋର ଜିଲ୍ଲା ଗଙ୍ଗାଧରନେଲୋର ବ୍ଲକ୍‌ର ମଦରଙ୍ଗାପଲ୍ଲୀ ଗ୍ରାମର ରାଜେଶ ନାମକ ଜଣେ ସରକାରୀ ସ୍କୁଲ ଶିକ୍ଷକଙ୍କର ବିଜୟା (ଛଦ୍ମନାମ,୨୪ ବର୍ଷ) ନାମ୍ନୀ ଜଣେ ଦ୍ୱିତୀୟ ବାର୍ଷିକ ଏମବିଏ ଛାତ୍ରୀଙ୍କ ସହିତ ଗତ ଡିସେମ୍ବର ୧ ତାରିଖ ଦିନ ବିବାହ ଅନୁଷ୍ଠିତ ହୋଇଥିଲା। ବରବଧୁ ମଧୁଶଯ୍ୟା ପାଇଁ ଯାଇଥିିବା ବେଳେ ବିଜୟା ଜାଣି ପାରିଥିଲେ ଯେ ରାଜେଶ ଜଣେ ନଂପୁସକ। ମାତ୍ର ରାଜେଶ ଏହି କଥା ବାହାରେ ପ୍ରଘଟ ନ କରିବା ପାଇଁ ବିଜୟା ଙ୍କୁ ବାଧ୍ୟ କରିଥିଲେ। ମାତ୍ର ବିଜୟା ରାଜେଶଙ୍କ କଥା ନ ଶୁଣି ବାହାରକୁ ଆସି ରାଜେଶଙ୍କ ମାଆକୁ ଏହା କହିଥିଲେ। ନିଜ ପୁଅର ଦୋଷ ତ୍ରୁଟି ଜାଣିଥିବା ସତ୍ତ୍ୱେ ବିଜୟାଙ୍କୁ ତାଙ୍କ ଶାଶୁ ବୁଝାଇଥିଲେ ଯେ ପ୍ରକୃତରେ ସେପରି କିଛି ନାର୍ହିଁ, ରାଜେଶ ନର୍ଭସ ହୋଇ ଯାଇଥିବାରୁ ବିଜୟାଙ୍କୁୁ ସେପରି ଲାଗୁଛି। ଏହା କହି ବିଜୟାଙ୍କୁ ତାଙ୍କ ଶାଶୁ ପୁଣି ରାଜେଶଙ୍କ ପାଖକୁ ପଠାଇ ଦେଇଥିଲେ।

ମାତ୍ର ସେତେବେଳକୁ ରାଜେଶ ପ୍ରତିହିଂସା ପରାୟଣ ହୋଇ ସାରିଥିଲେ। ବିଜୟା ଘର ଭିତରକୁ ଯିବା ମାତ୍ରେ ସେ କବାଟ ଦେଇ ତାଙ୍କ ଛାତି ଉପରେ ବସି ତାଙ୍କୁ ମାଡ଼ ମାରିଥିଲେ। ଏପରିକି ବିଜୟାଙ୍କ ସମ୍ବେଦନଶୀଳ ଅଙ୍ଗରେ ଆଘାତ କରିବା ସହିତ ଫଳ କାଟିବା ପାଇଁ ରଖାଯାଇଥିିବା ଏକ ଛୁରି ଆଣି ବିଜୟାଙ୍କୁ ଆକ୍ରମଣ କରିଥିଲେ। ରାଜେଶ ବିଜୟାଙ୍କୁ ବିଭିନ୍ନ ସ୍ଥାନରେ କାମୁଡ଼ି ଗୁରୁତର କରି ଦେଇଥିଲେ। ବିଜୟା ଯେତେ ଚେଷ୍ଟା କଲେ ମଧ୍ୟ ରାଜେଶଙ୍କ କବଳରୁ ମୁକୁଳି ପାରି ନ ଥିଲେ। ତେବେ ଏହି ସମୟରେ ଏକ କାଚ ଗ୍ଲାସ ତଳେ ପଡ଼ି ଭାଙ୍ଗିଯିବାରୁ ରାଜେଶଙ୍କ ପରିବାର କିଛି ଅଘଟଣ ଘଟିଛି ବୋଲି ସନ୍ଦେହ କରି କବାଟ ବାଡ଼େଇ ଥିଲେ। ମାତ୍ର ରାଜେଶ କବାଟ ଖୋଲି ନ ଥିଲେ। ବରଂ ଏହି ସମୟରେ ଏକ ଟାେଓ୍ଵଲରେ ବିଜୟାଙ୍କ ତାଙ୍କ ତଣ୍ଟି ଚିପି ମାରିବାକୁ ଉଦ୍ୟମ କରିଥିଲେ।

ଶେଷରେ ପରିବାର ଲୋକେ ଘରର କବାଟ ଭାଙ୍ଗି ଭିତରେ ପଶି ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ିଥିବା ବିଜୟାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଏ ନେଇ ବିଜୟାଙ୍କ ପକ୍ଷରୁ ଗଙ୍ଗାଧର ଥାନାରେ ଏତଲା ଦିଆଯିବା ପରେ ପୁଲିସ ଦଫା୩୨୪ ଓ ୫୦୬ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତସ୍ୱାମୀ ରାଜେଶଙ୍କୁ ଗିରଫ କରିଥିଲା। ବିଜୟାଙ୍କୁ ପ୍ରଥମେ ଚିତୋର ଡାକ୍ତରଖାନା ରେ ଭର୍ତ୍ତି କରାଯାଇଥିଲା। ମାତ୍ର ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ତାଙ୍କୁ ତିରୁପତି ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ବିଜୟ ସେଠାରେ ଚିକିତ୍ସିତ ଥିବା ବେଳେ ହାଇଦ୍ରାବାଦ ଠାରେ ଏକ ଟିମ୍‌ ଅଫ ଡକ୍ଟରଙ୍କ ଦ୍ୱାରା ରୋଜେଶଙ୍କ ପୁରୁଷତ୍ୱ ପରୀକ୍ଷା କରି କୋର୍ଟକୁ ରିପୋର୍ଟ ଦେବାକୁ ଚିତୋର ଜିଲ୍ଲା କୋର୍ଟ ଗଙ୍ଗାଧର ନେଲୋର ଥାନାକୁ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.