ଜମି ଓ ଦୋକାନ ଘର ଦେବା ନାଁରେ ୨୨ ଲକ୍ଷ ଟଙ୍କା ଠକେଇ : ବିଲଡର୍‌ଙ୍କୁ ବାନ୍ଧିଲା କ୍ରାଇମ୍‌ବ୍ରାଞ୍ଚ

ଭୁବନେଶ୍ୱର : ରାଜଧାନୀ ଉପକଣ୍ଠରେ ଜମି ଓ ଦୋକାନ ଦେବା ନାଁରେ ୨୨ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ କ୍ରାଇମ୍‌ବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ଜଣେ ବିଲଡର୍‌ଙ୍କୁ ଗିରଫ କରିଛି। ସେ ହେଉଛନ୍ତି, ସେକ୍‌ ହବିବ୍‌। ଘର ଯାଜପୁର ସଦର ଥାନା ଅଧୀନ ସାନକୁଝଳରେ। ଏଠାରେ ସେ ଖଣ୍ଡଗିରି ଥାନା ଅଧୀନ ଯଦପୁରରେ ରହୁନ୍ତି। ସେକ୍‌ ହବିବ ହେଉଛନ୍ତି, େଓ୍ଵଲମେଡ୍‌ ବିଲଡର୍‌ର ପରିଚାଳନା ନିର୍ଦେଶକ। ଆଜି ତାଙ୍କୁ କୋର୍ଟ ଚାଲାଣ କରାଯାଇଛି।

କ୍ରାଇମ୍‌ବ୍ରାଞ୍ଚ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଅଭିଯୋଗକାରୀ ମହମ୍ମଦ ନଓ୍ଵାଜ ହାସନ୍‌ ନାମକ ଜଣେ ବ୍ୟକ୍ତି େଓ୍ଵଲମେଡ୍‌ ବିଲଡର ସଂସ୍ଥାକୁ ୨୨.୫୫ ଲକ୍ଷ ଟଙ୍କା ଦେଇଥିଲେ। ସଂସ୍ଥା ପକ୍ଷରୁ ତାଙ୍କୁ ବାରଙ୍ଗ ଥାନା ଅଧୀନ ରାମଦାସପୁରରେ ଏକ ଜମି ଓ ନନ୍ଦନକାନନ ଥାନା ଅଧୀନ ରଘୁନାଥପୁରରେ ଏକ ଦୋକାନ ଘର ଦେବା ପାଇଁ ୨୦୧୩ ମସିହାରେ ରାଜିନାମା ହୋଇଥିଲା। କିନ୍ତୁ ରାଜିନାମା ମୁତାବକ ତାଙ୍କୁ ଜମି କିମ୍ବା ଦୋକାନ ଘର ଯୋଗାଇ ଦିଆଯାଇ ନ ଥିଲା। ଏ ନେଇ ନଓ୍ଵାଜ ହାସନ୍‌ କ୍ରାଇମ୍‌ବ୍ରାଞ୍ଚରେ ଅଭିଯୋଗ କରିବା ପରେ ପ୍ରଥମେ ରହେମାତୁନ୍‌ ନେସା ଓ ସେକ୍‌ ମଜହାରଙ୍କୁ ଗିରଫ କରାଯାଇଥିଲା। ଆଜି ତୃତୀୟ ଅଭିଯୁକ୍ତ ଭାବେ ସେକ୍‌ ହବିବଙ୍କୁ ଗିରଫ କରାଯାଇଛି।

ସମ୍ବନ୍ଧିତ ଖବର