୯ ବର୍ଷ ଧରି ସାଧୁ ବେଶରେ ଥିବା ହତ୍ୟାକାରୀ ଗିରଫ

ଗୋରଖପୁର: ଗତ ୯ ବର୍ଷ ହେବ ଫରାର ହୋଇଯାଇଥିବା ଜଣେ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତଙ୍କୁ ଉତ୍ତରପ୍ରଦେଶ ର ଗୋରଖପୁର ପୁଲିସ ଗିରଫ କରିଛି। ଗିରଫ ବ୍ୟକ୍ତିଜଣକ ନିଜ ବେଶ ବଦଳାଇ ଜଣେ ସାଧୁ ଭାବେଦେଶର ବିଭିନ୍ନ ସ୍ଥାନରେ ରହୁଥିଲେ। ପୁଲିସ ନିର୍ଦ୍ଦଷ୍ଟ ସୂଚନା ପାଇବା ପରେ ଅଭିଯୁକ୍ତ ଜଣକ ଏକ ଟ୍ରେନ୍‌ରେ ଯାତ୍ରା କରିବାକୁ ପ୍ରସ୍ତୁତ ହେଉଥିବା ବେଳେ ପୁଲିସ ଷ୍ଟେସନ୍‌ରୁ ତାଙ୍କୁ ଗିରଫ କରିଛି।
ପୁଲିସ ସୂତ୍ରରୁ ପ୍ରକାଶ ଯେ, ୨୦୦୮ ମସିହାରେ ନିଜର ଜଣେ ପଡୋଶୀଙ୍କୁ ହତ୍ୟା କରିବା ଅଭିଯୋଗରେ ଗୋରଖପୁର ପୁଲିସ କୁଶିନଗର ଅଞ୍ଚଳର ବ୍ରିଜେଶ ପତାପ ସିଂହ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଥିଲା। ୨୦୧୦ ମସିହା ଫେବ୍ରୁଆରି ମାସରେ ଅଭିଯୁକ୍ତ ବ୍ରିଜେଶ ପ୍ରତାପ ସିଂହଙ୍କୁ ରୋରେଖପୁର କୋର୍ଟରୁ ଦେବରିଆ ଜେଲକୁ ନିଆଯାଉଥିବା ବେଳେ କୌଶଳକ୍ରମେ ପୁଲିସକ ଚକ୍‌ମା ଦେଇ ଫେରାର ହୋଇଯାଇଥିିଲେ। ମାତ୍ର ତା ପରଠାରୁ ବୟିଜେଶଙ୍କ ସମ୍ପର୍କରେ କୌଣସି ସୂଚନା ନ ମିଳିବାରୁ ଅଭିଯୁକ୍ତ ବ୍ରିଜେଶ ପ୍ରତାପ ସିଂହଙ୍କୁ ଧରାଇ ଦେଲେ ପୁଲିସ ୨୫ ହଜାର ଟଙ୍କା ପୁରସ୍କାର ମିଳିବ ବୋଲି ଘୋଷଣା କରିଥିଲା। ତା ପର ଠାରୁ ଦୀର୍ଘ ୯ ବର୍ଷ ହେବ ବିଜେଶ ନିଜ ବେଶ ବଦଳାଇ ନେପାଳ ଓ ବିହାରରରେ ବିଭିନ୍ନ ମନ୍ଦିରରେ ଜଣେ ସାଧୁ ଭାବେ ରହୁଥିଲେ।ତେବେ ବ୍ରିଜେଶପ୍ରତାପ ସିଂହଙ୍କ ସମ୍ପର୍କରେ ପୁଲିିସକୁ ଏକ ନିର୍ଦ୍ଦିଷ୍ଟ ଗୁପ୍ତ ସୂଚନା ମିଳିଥିଲା। ତେଣୁ ତାଙ୍କୁ ଗିରଫ କରିବା ପାଇଁ ପୁଲିସ ଯୋଜନା କରିଥିଲା। ଯୋଜନା ମୁତାବକ ପୁଲିସ ବ୍ରିଜେଶଙ୍କୁ ରେଲେଓ୍ଵ ଷ୍ଟେସନରୁ ଗିରଫ କରିବା ସହିତ ତାଙ୍କ ଠାରୁ ଗୋଟିଏ ଦେଶୀ ରିଭଲଭର ଜବତ କରିଛି।

ସମ୍ବନ୍ଧିତ ଖବର