ପାରାଦୀପ ପୁଲିସର ଏନକାଉଣ୍ଟରରେ ଅପରାଧୀ ଗୁରୁତର

ପାରାଦୀପ: ପାରାଦୀପ ପୁଲିସ ଏକକାଉଣ୍ଟରରେ ସୂର୍ଯ୍ୟକାନ୍ତ ସ୍ୱାଇଁ ନାମକ ଜଣେ ଅସାମାଜିକ ଯୁବକ ଆହତ ହୋଇଛନ୍ତିି। ଗତକାଲି ରାତିରେ ପାରାଦୀପର ପ୍ଲାଷ୍ଟିକ ପାର୍କ ନିକଟରେ ପୋଲିସ୍‌ ସୂର୍ଯ୍ୟକାନ୍ତଙ୍କୁ ଅଟକାଇବାକୁ ଚେଷ୍ଟା କଲାବେଳେ ସେ ପୁଲିସ ଉପରକୁ ବୋମା ପକାଇ ଖସିଯିବାକୁ ଚେଷ୍ଟା କରିଥିଲା। ମାତ୍ର ପୁଲିସ ପାଲଟା ଗୁଳି ଚାଳନା କରିବାରୁ ଗୋଟିଏ ଗୁଳି ସୂର୍ଯ୍ୟକାନ୍ତର ବାମ ଗୋଡ଼ରେ ବାଜିଥିଲା ଓ ସେ ସେଠାରେ ସେ ପଡ଼ି ଯାଇଥଲା। ଆହତ ସୂର୍ଯ୍ୟକାନ୍ତଙ୍କୁ ପ୍ରଥମେ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ତାକୁ କଟବ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ସୂର୍ଯ୍ୟକାନ୍ତଙ୍କ ନାଁରେ ଏକାଧିକ ମାମଲା ବିଭିନ୍ନ ଥାନାରେ ରହିଛି।
ଗତକାଲି ବିଳମ୍ବିତ ରାତିରେ ପୋଲିସ ରୋଡ୍‌ ବ୍ଲକିଂ କରି ଯାଞ୍ଚ କରୁଥିବା ବେଳେ ସୂର୍ଯ୍ୟକାନ୍ତ ଓ ତାଙ୍କ ୨ ସହଯୋଗୀଙ୍କୁ ପୁଲିସ ଅଟକାଇବାକୁ ଚେଷ୍ଟା କରିଥିଲା।ମାତ୍ର ଘଟଣାସ୍ଥଳରୁ ଖସିଯିବା ପାଇଁ ସୂର୍ଯ୍ୟକାନ୍ତ ପୋଲିସ ଉପରକୁ ବୋମା ପକାଇଥିଲା। ଫଳରେ ପୁଲିସ ମଧ୍ୟ ସୂର୍ଯ୍ୟକାନ୍ତଙ୍କ ଉପରକୁ ଗୁଳି ଚଳାଇଥିଲା। ଏଥିରେ ସୂର୍ଯ୍ୟକାନ୍ତ ଆହତ ହୋଇଥିବା ବେଳେ ତାର ଦୁଇ ସହଯୋଗୀ ଖସିଯିବାରେ ସକ୍ଷମ ହୋଇଥିଲେ।

ସମ୍ବନ୍ଧିତ ଖବର