ନିଜ ମଧୁର କଣ୍ଠରେ ପୁଲିସକୁ ହନୁମାନ ଚାଳଶା ଶୁଣାଇଲା ଚୋର,କିଛି ସମୟ ପରେ ଘଟିଲା କିଛି ଏମିତି ଘଟଣା!

ହାଜିପୁର(ବିହାର): ବିହାରର ବିଦୁପୁର ଥାନାରେ ଘଟିଥିବା ଘଟଣା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ପୁଲିସକର୍ମୀମାନଙ୍କୁ ହନୁମାନ ଚାଳିଶା ଶୁଣାଇବା ପରେ ଚୋର ପୁଲିସ ହାଜତରୁ ଖସିଯିବା ଘଟଣାକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା । ଜୟ ହନୁମାନ କହି ଚୋର ପୁଲିସ କବଳରୁ ଖସି ଆସିବା ପରେ ପୁଲିସକର୍ମିମାନେ ତାକୁ ଧରିବା ପାଇଁ ପଛେ ପଛେ ଧାଇଁଥିଲେ । ରାସ୍ତାରେ ଥିବା ଲୋକମାନଙ୍କୁ ପୁଲିସକର୍ମୀିମାନେ ଧର ଧର ବୋଲି କହୁଥିବା ବେଳେ ଚାଲକ୍‌ ଅପରାଧି ଜଣକ ଲୋକମାନଙ୍କୁ ଚୋର ଖସି ଗଲା ତାକୁ ଧର କହି ଆଗକୁ ଦୌଡ଼ି ଚାଲିଥିଲା । ଯାହାଦ୍ୱାରା ଲୋକମାନେ ଚୋରକୁ ଧରିବାକୁ କହୁଥିବା ଲୋକଟି ନିଜେ ଚୋର ବୋଲି ଜାଣି ପାରି ନ ଥିଲେ । ଦେଢ଼ କିଲୋମିଟର ଦୌଡ଼ିବା ପରେ ଚୋରକୁ ଧରିବାରେ ସଫଳ ହୋଇଥିଲା ପୁଲିସ ।

Motta & Motta Attorneys

ସୂଚନା ମୁତାବକ,ଅଭିଯୁକ୍ତ ଜଣଙ୍କ ନିଜ ପଡ଼ୋଶୀଙ୍କୁ ଟଙ୍କା ମାଗିବା ସହ ସେ ନ ଦେବାରୁ ଘରେ ପଶି ମାର୍‌ପିଟି କରିଥିଲେ । ଲୋକ ଜମା ହେବା ପରେ ଫାଙ୍କା ଗୁଳି ଚାଳନା ମଧ୍ୟ କରିଥିବାରୁ ତାଙ୍କୁ ଗିରଫ କରାଯାଇଥିଲା । ପୁଲିସ ଅଭିଯୁକ୍ତକୁ ଜେଲ୍‌ ପଠାଇବା ପାଇଁ ପ୍ରସ୍ତୁତି କରୁଥିବା ବେଳେ ହନୁମାନ ଚାଳିସା ଗାଇବାକୁ ଲାଗିଥିଲା ଅଭିଯୁକ୍ତ । ଅଭିଯୁକ୍ତ ମଧୁର କଣ୍ଠ ଶୁଣି ପୁଲିସକର୍ମୀ ଅନ୍ୟମନସ୍କ ହେବା ମାତ୍ରେ ସୁଯୋଗ ପାଇ ଜୟ ହନୁମାନ କହି ଅଭିଯୁକ୍ତ ଖସି ପଳାଇଥିଲା ।

ସମ୍ବନ୍ଧିତ ଖବର