ଅଲଗା ଜାତିର ଝିଅକୁ ପ୍ରେମ କରିବା ମହଙ୍ଗା ପଡ଼ିଲା: ଜିଅନ୍ତା ଜାଳିଲେ ପ୍ରେମିକାର ପରିବାର ଲୋକେ, ଖବର ପାଇ ଆର ପାରିକୁ ଚାଲିଗଲା ମା’

ହର୍‌ଦୋଇ : ଅଲଗା ଜାତିର ଝିଅକୁ ଭଲ ପାଇବା ମହଙ୍ଗା ପଡ଼ିଲା । ଘରକୁ ଫେରୁଥିବା ବାଟରେ ଟାଣି ନେଇ ଜିଅନ୍ତା ଜାଳିଲେ ପ୍ରେମିକାର ପରିବାର ଲୋକେ । ପୁଅକୁ ନେଇ ଏଭଳି ଅଶୁଭ ଖବର ପାଇବା ପରେ ହୃଦ୍‌ଘାତରେ ଆର ପାରିକୁ ଚାଲିଗଲା ମା’ । କିଛି ମୂହୁର୍ତ୍ତ ମଧ୍ୟରେ ଗୋଟେ ପରିବାରର ସର୍ବନାଶ ହୋଇଗଲା । ସମ୍ମାନର ନାଁ ନେଇ ଗୋଟେ ପରିବାରକୁ ଶେଷ କରି ଦେଲେ ପ୍ରେମିକାର ପରିବାର ଲୋକେ । ଏଭଳି ହୃଦୟବିଦାରକ ଘଟଣା ଘଟିଛି ହର୍‌ଦୋଇ ଜିଲ୍ଲା ଭଦେଶା ଅଞ୍ଚଳରେ ।

Image result for death
AI News

ସୂଚନା ମୁତାବକ, ମୃତ ଅଭିଷେକ ଘଟଣା ଦିନ ନିଜ ପ୍ରେମିକାକୁ ଭେଟିବାକୁ ଯାଇଥିଲେ । ଭେଟିବା ପରେ ଘରେ ପଡ଼ିଥିବା ଅସୁସ୍ଥ ମା’ର ଚିକିତ୍ସା ପାଇଁ ୨୫,୦୦୦ଟଙ୍କା ଧରି ଫେରୁଥିଲେ ଅଭିଷେକ । ଏହି ସମୟରେ ପ୍ରେମିକାର ଦୁଇ ପରିବାର ସଦସ୍ୟ ଏବଂ ତାଙ୍କର ଦୁଇ ପଡ଼ୋଶୀ ଅଭିଷେକଙ୍କୁ ଟାଣି ନେବା ସହ ଏକ ଘରେ ବନ୍ଦ କରି ନିଆଁ ଲଗାଇ ଦେଇଥିଲେ । ଅଭିଷେକଙ୍କ ଚିତ୍କାର ଶୁଣିବା ପରେ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି  ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ । କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା । ଘଟଣାର ଖବର ପାଇବା ପରେ ଅସୁସ୍ଥ ହୋଇ ପଡ଼ିଥିବା ଅଭିଷେକଙ୍କ ମା’ ମଧ୍ୟ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ଖବର ପାଇ ପୁଲିସ ଏବେ ଅଭିଯୁକ୍ତଙ୍କ ବିରୋଧରେ ଏତଲା ରୁଜୁ କରି ସେମାନଙ୍କୁ ଖୋଜିବା ଆରମ୍ଭ କରିଛି ।

ସମ୍ବନ୍ଧିତ ଖବର