ଅଦାଲତ ମଧ୍ୟରେ ଉତ୍ତରପ୍ରଦେଶର ନବ ନିର୍ବାଚିତ ପ୍ରଥମ ମହିଳା ବାର୍‌ କାଉନସିଲ ଅଧ୍ୟକ୍ଷାଙ୍କୁ ଗୁଳି କରି ହତ୍ୟା

ଆଗ୍ରା : ଉତ୍ତରପ୍ରଦେଶର ପ୍ରଥମ ମହିଳା ବାର୍‌ କାଉନସିଲ ଅଧ୍ୟକ୍ଷା ଦରବେଶ ଯାଦବଙ୍କୁ ଗୁଳି କରି ହତ୍ୟା କରା ଯାଇଛି । ଗୁରୁବାର ଏହି ଘଟଣା ଘଟିଥିବା ବେଳେ ଏବେ ତାହା ସାମ୍ନାକୁ ଆସିଛି । ଘଟଣା ଘଟିବାର ଦୁଇ ଦିନ ପୂର୍ବରୁ ଦରବେଶଙ୍କୁ ବାର କାଉନସିଲର ଅଧ୍ୟକ୍ଷା ଭାବେ ନିର୍ବାଚିତ କରାଯାଇଥିଲା । ଦୁଇ ଦିନ ପରେ ତାଙ୍କୁ ଅଦାଲତ ମଧ୍ୟରେ ସ୍ୱାଗତ କରାଯାଉଥିବା ବେଳେ ତାଙ୍କର ସହ ଜଣେ ସହକର୍ମୀ ତାଙ୍କୁ ଗୁଳି କରିଥିଲେ । ଏହା ପରେ ପରେ ଅଭିଯୁକ୍ତ ନିଜକୁ ମଧ୍ୟ ଗୁଳି କରି ଦେଇଥିଲେ । ଦୁହିଁଙ୍କୁ ତୁରନ୍ତ ଡ଼ାକ୍ତରଖାନା ନିଆଯାଇଥିବା ବେଳେ ଦରବେଶଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା । ଅନ୍ୟ ପକ୍ଷରେ, ଅଭିଯୁକ୍ତ ଜଣଙ୍କ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ଏବେ ଚିକିତ୍ସା ଜାରି ରହିଛି ।

oceantimes.news

ଘଟଣା ଘଟିବା ସମୟରେ ଉପସ୍ଥିତ ଥିବା ଜଣେ ବ୍ୟକ୍ତିଙ୍କ ଅନୁଯାୟୀ, ଅଭିଯୁକ୍ତଜଣଙ୍କ ହେଲେ ଓକିଲ ମନିଷ ଶର୍ମା । ମନିଷ ମୃତ ଦରବେଶଙ୍କ ସହ ଓକିଲ ଅରବିନ୍ଦ କୁମାର ମିଶ୍ରଙ୍କ ଚ୍ୟାମ୍ବରରେ ଉପସ୍ଥିତ ଥିଲେ । ଯେଉଁ ସମୟରେ ମନିଷ ହଠାତ୍‌ ବନ୍ଧୁକ ବାହାର କରି ଗୁଳି ଫୁଟାଇଥିଲେ ।

ସମ୍ବନ୍ଧିତ ଖବର