ପ୍ରେମ ସଂପର୍କରେ ବାଧକ ସାଜିବାରୁ ଯୌନ ଶୋଷଣର ଆରୋପ ଲଗାଇ ବାପାକୁ ହତ୍ୟା କଲା ଝିଅ, ହତ୍ୟାରେ ଝିଅର ସାଥ୍‌ ଦେଇଥିବା ମା’କୁ ଜଣା ନଥିଲା ପ୍ରକୃତ ସତ

ଲୁଧିଆନା: ସବୁ ବାପା-ମା’ ନିଜ ପିଲାମାନଙ୍କ ଜୀବନ ସଖମୟ ଏବଂ ସେମାନେ ସଠିକ୍‌ ବାଟରେ ଯାଆନ୍ତୁ ବୋଲି ଚାହିଁଥାନ୍ତି । କିନ୍ତୁ ଲୁଧିଆନାରେ ଜଣେ ବାପାକୁ ଏଭଳି ଚାହିଁବା ମହଙ୍ଗା ପଡ଼ିଛି । ଝିଅ ରଖିଥିବା ପ୍ରେମ ସଂପର୍କକୁ ବାପା ବିରୋଧ କରିବାରୁ ଝିଅ ପ୍ରଥମେ ଯୌନ ଶୋଷଣର ଆରୋପ ଲଗାଇ ପରେ ନିଜ ବାପାର ହତ୍ୟା କରିବା ପାଇଁ ସୁପାରି ଦେଇଥିବା ଅଭିଯୋଗ ହୋଇଛି । ସବୁଠାରୁ ବଡ଼ କଥା ହେଲା ଝିଅର ଏହି ଅପରାଧରେ ତା’ର ମା’ ସାଥ୍‌ ଦେବା ଘଟଣା ଏବେ ସସସ୍ତଙ୍କୁ ଅଶ୍ଚର୍ଯ୍ୟ କରିଛି ।

KFYR

ସୂଚନା ମୁତାବକ, ଶୁକ୍ରବାର ହଠାତ୍‌ କିଛି ଲୋକ କୁଲ୍‌ଦୀପଙ୍କ ଘରେ ପଶି ତାଙ୍କୁ ହତ୍ୟା କରି ଦେଇଥିଲେ । ଏ ନେଇ ପୁଲିସକୁ ଖବର ଦିଆଯିବା ପରେ ଘରୁ ଚୋରି କରିବା ଉଦ୍ଦେଶ୍ୟରେ ଚୋରମାନେ ଏପରି କରିଥିବା ପୁଲିସ ଭାବିଥିଲା । କିନ୍ତୁ ତଦନ୍ତ ଆଗକୁ ବଢ଼ିବା ପରେ ଧିରେ ଧିରେ ସବୁ ସତ ବାହାରକୁ ଆସିଥିଲା । ସତ ବାହାରକୁ ଆସିବା ପରେ ପୁଲିସ କୁଲ୍‌ଦୀପଙ୍କ ସ୍ତ୍ରୀ ଗୀତା, ତାଙ୍କ ଝିଅ ସୁଗନ୍ଧା ଏବଂ ସୁଗନ୍ଧାଙ୍କ ପ୍ରେମିକ ତରୁଣ କୁମାରଙ୍କୁ ଗିରଫ କରିଥିଲା । ଗିରଫ କରି ପଚାରାଉଚରା କରାଯିବା ସମୟରେ ଝିଅ ସୁଗନ୍ଧା କହିଥିଲା ଯେ, ୩ ମାସ ପୂର୍ବରୁ ବାପା ମୋତେ ତରୁଣଙ୍କ ସହ କଥା ହେଉଥିବା ସମୟରେ ଦେଖି ନେଇଥିଲେ । ଯାହା ପରେ ସେ ମୋତେ ତରୁଣଙ୍କ ସହ ଦେଖା ନ ହେବା ପାଇଁ କହିବା ଆରମ୍ଭ କରିଥିଲେ । କିଛି ଦିନ ପରେ ବାପା ରାଗରେ ମୋ ଫୋନ ଭାଙ୍ଗିବା ପରେ ମୋ ମନରେ ତାଙ୍କୁ ନେଇ ଘୃଣା ସୃଷ୍ଟି ହୋଇଥିଲା । ଯାହା ପାଇଁ ମୁଁ ବାପାଙ୍କୁ ନିଜ ରାସ୍ତାରୁ ହଟାଇବା ପାଇଁ ଯୋଜନା ଆରମ୍ଭ କରିଥିଲେ । ବାପା ମୋ ସହ ଯୌନ ଶୋଷଣ କରୁଥିବାର ମିଛ ଅଭିଯୋଗ କରି ମା’ଙ୍କୁ ମଧ୍ୟ ମୁଁ ମୋ ସହ ସାମିଲ କରିଥିଲି । ଏହା ପରେ ତରୁଣ ତାଙ୍କ କଲୋନିରେ ରହୁଥିବା ଜଣେ ଅପରାଧୀକୁ ୨.୫ଲକ୍ଷ ଟଙ୍କା ଦେଇ ବାପାଙ୍କୁ ହତ୍ୟା କରିବା ପାଇଁ ସୁପାରି ଦେଇଥିଲା ବୋଲି ସୁଗନ୍ଧା ପୁଲିସ ଆଗରେ ସ୍ୱୀକାର କରିଥିଲେ । ।

ସମ୍ବନ୍ଧିତ ଖବର