ମାତ୍ର ୮୦ଟଙ୍କା ପାଇଁ ଶାଶୁ-ଶଶୁରଙ୍କ ଉପରେ ଗରମ ପାଣି ଫିଙ୍ଗି ଦେଲା ବୋହୂ

ବେଗୁସରାଏ: ବିହାରର ବେଗୁସରାଏ ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ କିଛି ଟଙ୍କା ପାଇଁ ବୋହୂ ଶାଶୁଶଶୁରଙ୍କ ଉପରେ ଗରମ ପାଣି ଫିଙ୍ଗିଥିବାର ଅଭିଯୋଗ ହୋଇଛି।

ଏଭଳି ଏକ ଅମାନବୀୟ ଘଟଣା ବେଗୁସରାଏ ଜିଲ୍ଲା ସିମ୍‌ହା ଗ୍ରାମରେ ଘଟିଥିବା ଜଣାପଡ଼ିଛି। ଏହି ଗ୍ରାମରେ ରେଖା ଦେବୀ ଓ ତାଙ୍କ ସ୍ୱାମୀ ଗୋପାଳ ଶର୍ମା ବସବାସ କରୁଥିବା ବେଳେ ତାଙ୍କର ପୁଅ ବିଦେଶରେ ରୁହନ୍ତି। ଗତ ବୁଧବାର ରେଖା ଓ ଗୋପାଳଙ୍କ ବୋହୂ ପ୍ରମିଳା ଦେବୀ ଏକ ହଜାର ଟଙ୍କା ଦେଇ ନାତି ପାଇଁ ବହି-ଖାତା ସହିତ ଅନ୍ୟ କିଛି ସାମଗ୍ରୀ ଆଣିବାକୁ କହିଥିଲା।

ବୁଢ଼ା ଶାଶୁ-ଶଶୁର ଦୁହେଁ ବୋହୂର କଥା ମୁତାବକ ସବୁ ଜିନିଷ ପତ୍ର କିଣି ଘରେ ପହଞ୍ଚିଥିଲେ। ବୋହୂକୁ ଆଣିଥିବା ସାମଗ୍ରୀ ଦେବା ସହିତ ୧୦୦୦ଟଙ୍କାରୁ ବଞ୍ଚି ଯାଇଥିବା ୮୦ଟଙ୍କା ରେଖା ଓ ଗୋପାଳ ନାତିକୁ ଦେଇ ଦେଇଥିଲେ। ବୋହୂ ଯେତେବେଳେ ହିସାବ ମାଗିଥିଲା ଶାଶୁ ରେଖା ନାତିକୁ ୮୦ଟଙ୍କା ଦେଇ ଦେଇଥିବା କହିଥିଲେ। ଏହି କଥାକୁ ନେଇ ପ୍ରମିଳା ଏତେ ରାଗି ଯାଇଥିଲା କି ସେ ବୃଦ୍ଧ ଶାଶୁ-ଶଶୁରଙ୍କୁ ଗାଳିଗୁଲଜ କରିବା ସହିତ ମାଡ଼ ମାରିଥିଲା।

पड़ोसियों ने दोनों की बचाई जान
oneindia.com

କେବଳ ଏତିକି ନୁହେଁ, ଚାଉଳ ପକାଇବା ପାଇଁ ଯେଉଁ ପାଣି ଗରମ କରିଥିଲା, ସେହି ପାଣିକୁ ଆଣି ଶାଶୁଙ୍କ ଉପରେ ଫିଙ୍ଗି ଦେଇଥିଲା ପ୍ରମିଳା। ପତ୍ନୀ ରେଖାଙ୍କୁ ବଞ୍ଚାଇବା ଲାଗି ଗୋପାଳ ଆସିଥିଲେ ହେଁ ସେ ବି ବୋହୂର ଏହି ଅତ୍ୟାଚାରର ଶିକାର ହୋଇଥିଲେ। ଏହାପରେ ଦୁହେଁ ଯନ୍ତ୍ରଣାରେ କାନ୍ଦିବାକୁ ଲାଗିଥିଲେ। ବୃଦ୍ଧ-ବୃଦ୍ଧାଙ୍କ କାନ୍ଦ ଶୁଣି ପଡ଼ିଶାଘର ଲୋକ ଧାଇଁ ଆସିଥିଲେ। ରେଖା ଓ ଗୋପାଳଙ୍କୁ ସେଠାରୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍‌ପିଟାଲ୍‌ରେ ଭର୍ତ୍ତି କରିଥିଲେ। ଚିକିତ୍ସା କରୁଥିବା ଡାକ୍ତର ରେଖା ଦେବୀଙ୍କ ଅବସ୍ଥା ଗୁରୁତର ଥିବା କହିଛନ୍ତି।

ସମ୍ବନ୍ଧିତ ଖବର