ବାପାଙ୍କ ଚପଲ ମାଡ଼ରୁ ବଞ୍ଚିବାକୁ ଯାଇ ଛାତରୁ ତଳକୁ ଡ଼େଇଁ ପଡ଼ିଲା ନାବାଳିକା

ଜୟପୁର : ରାଜସ୍ଥାନର ଅଲବେରା ଅଞ୍ଚଳରେ ଦେଖିବାକୁ ମିଳିଛି ଜଣେ ବାପାର ଅମାନୁଷିକ କାଣ୍ଡ । ଜଣେ ବାପା ଅମାନୁଷିକତାର ସମସ୍ତ ସୀମା ପାର କରିଛି । ୧୨ ବର୍ଷର ନାବାଳିକା ଝିଅ ବାପାର ମାଡ଼ ସହି ନ ପାରି ଶେଷକୁ ପ୍ରାଣ ବିକଳରେ ଛାତ ଉପରୁ ତଳକୁ ଡ଼େଇଁ ପଡ଼ିଛି । ଘଟଣା ପରେ ନାବାଳିକାଟିକୁ ତୁରନ୍ତ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ବର୍ତ୍ତମାନ ତା’ର ସ୍ୱାସ୍ଥ୍ୟବସ୍ଥା ଗମ୍ଭୀର ରହିଛି ।
ସୂଚନା ମୁତାବକ, ରାଜସ୍ଥାନର ଅଲବେରା ଅଞ୍ଚଳସ୍ଥିତ ନିମରାନାରେ ଅଭିଯୁକ୍ତ ସନ୍ତୋଷ ଏକ ଭଡ଼ା ଘରେ ନିଜ ପରିବାର ସହିତ ରହୁଥିଲେ । ଘଟଣାର ପୂର୍ବ ଦିନ ସେ ତାଙ୍କର ୧୨ ବର୍ଷର ନାବାଳିକା ଝିଅକୁ ଫୋନରେ ଜଣେ ବାଳକ ସହିତ କଥା ହେବାର ଦେଖିଥିଲେ । ଏହି କଥାରେ କ୍ରୋଧିତ ହୋଇ ଝିଅର କିଛି କଥା ନ ଶୁଣି ତାକୁ ଘରର ଛାତ ଉପରେ ଚପଲରେ ନିସ୍ତୁକ ପିଟିଥିଲେ । ସନ୍ତୋଷକୁ ଝିଅ ଯେତେ ନେହୁରା ହୋଇଥିଲେ ମଧ୍ୟ ସେ କିଛି ଶୁଣିନଥିଲେ ।

PUNJABKESARI

ଶେଷକୁ ପିତାଙ୍କ କ୍ରୋଧରୁ ନିଜକୁ ବଞ୍ଚାଇବାକୁ ଯାଇ କିଛି ଉପାୟ ନ ପାଇ ନାବାଳିକାଟି ଛାତ ଉପରୁ ତଳକୁ ଡ଼େଇଁ ପଡ଼ିଥିଲା । ଫଳରେ ଘର ପାଖରେ ଯାଇଥିବା ହାଇଭୋଲଟେଜ ବିଦ୍ୟୁତ୍‌ ତାରରେ ମାଡ଼ ହୋଇ ଭୂଇଁରେ ଯାଇ ପଡ଼ିଥିଲା ।
ଘଟଣାସ୍ଥଳରେ ଉପସ୍ଥିତ ଥିବା ପାଖ ପଡ଼ୋଶୀ ତୁରନ୍ତ ନାବାଳିକାକୁ ଡ଼ାକ୍ତରଖାନାରେ ଭର୍ତ୍ତି କରିଥିଲେ । ବର୍ତ୍ତମାନ ନାବାଳିକାଙ୍କ ସ୍ୱାସ୍ଥ୍ୟବସ୍ଥା ଗମ୍ଭୀର ରହିଥିବା ଜଣାପଡ଼ିଛି। ପାଖରେ ଥିବା ସିସିଟିଭି ଫୁଟେଜ ଏବଂ ନାବାଳିକା ବୟାନ ପରେ ବର୍ତ୍ତମାନ ତାଙ୍କ ପିତା ସନ୍ତୋଷଙ୍କୁ ପୁଲିସ ଗିରଫ କରିଛି। ତେବେ ନାବାଳିକାଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ପାଇଁ ଅପେକ୍ଷା କରାଯାଉଥିବା ବେଳେ ଘଟଣାଟିର ତଦନ୍ତ ଚଳାଇଛି ସ୍ଥାନୀୟ ପୁଲିସ ।

ସମ୍ବନ୍ଧିତ ଖବର