ମାମୁଁଙ୍କୁ ଭଲ ପାଇ ବସିଲେ, ବିରୋଧ କରିବାରୁ ମାତା-ପିତାଙ୍କୁ ଫାଉଡ଼ାରେ ହାଣିଲା ଝିଅ

କନ୍ନୌଜ୍‌ (ଉତ୍ତରପ୍ରଦେଶ): ଉତ୍ତରପ୍ରଦେଶର କନ୍ନୌଜ୍‌ ଜିଲ୍ଲାରେ ଘଟିଥିବା ଘଟଣାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ମାମୁଁର ପ୍ରେମରେ ଅନ୍ଧ ହୋଇ ଝିଅ ନିଜ ମାତା-ପିତାଙ୍କୁ ହତ୍ୟା କରିବା ଘଟଣା ଏବେ ସସସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏହି ଘଟଣାକୁ ନେଇ ଏବେ ପୁଲିସ ୨ଅଭିଯୁକ୍ତଙ୍କୁ ଗିରଫ କରିଥିବା ସୂଚନା ମିଳିଛି ।

ପୁଲିସ ଦେଇଥିବା ସୂଚନା ଅନୁଯାୟୀ, ଅଭିଯୁକ୍ତ ସଙ୍ଗୀତା ନିଜ ମାମୁଁ ପରମିନ୍ଦରଙ୍କୁ ଭଲ ପାଇ ବସିଥିଲେ । ଏ ବିଷୟରେ ସଙ୍ଗୀତାଙ୍କ ମାତା-ପିତାଙ୍କୁ ଖବର ମିଳିବା ପରେ ସେମାନେ ଏହାକୁ ବିରୋଧ କରିଥିଲେ । ଦିନେ ସଙ୍ଗୀତାଙ୍କ ମା’ ଦୁହିଁଙ୍କୁ ଆପତ୍ତିଜନକ ଅବସ୍ଥାରେ ଦେଖିଦେବା ପରେ ସଙ୍ଗୀତାଙ୍କୁ ମାଡ଼ ମାରି ଘରେ ରଖା ଯାଇଥିଲା । ରାଗରେ ସଙ୍ଗୀତା ନିଜ ମାତା-ପିତାଙ୍କୁ ରାସ୍ତାରୁ ହଟାଇବା ପାଇଁ ନିଷ୍ପତ୍ତିି ନେଇଥିଲେ । ଏ ନେଇ ସେ ପରମିନ୍ଦରକୁ ମଧ୍ୟରାତ୍ରରେ ଡ଼ାକି ମାତା-ପିତା ଶୋଇଥିବା ସମୟରେ ସେମାନଙ୍କ ଉପରେ ଫାଉଡ଼ାରେ ପ୍ରହାର କରିଥିଲେ । ଯାହା ପରେ ସଙ୍ଗୀତା ଘରେ ଥିବା ସୁନା ଗହଣା ଏବଂ ଟଙ୍କା ନେଇ ଘରୁ ଫେରାର ହୋଇ ଯାଇଥିଲେ ।

India.com

ଅନ୍ୟ ପକ୍ଷରେ ଘଟଣାର ସୂଚନା ପାଇଁ ପୁଲିସ ସଙ୍ଗୀତାଙ୍କ ଘରେ ପହଞ୍ଚିବା ପରେ ତାଙ୍କ ବାପା ମୃତ୍ୟୁବରଣ କରି ସାରିଥିଲେ । କିନ୍ତୁ ତାଙ୍କ ମା’ଙ୍କ ନିଶ୍ୱାସ ଚାଲୁଥିବା ଦେଖି ପୁଲିସ ତାଙ୍କୁ ଡ଼ାକ୍ତରଖାନାରେ ଭର୍ତ୍ତି କରାଇଥିଲେ ମଧ୍ୟ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମଧ୍ୟ ମୃତ୍ୟୁ ଘଟିଥିଲା । ପରେ ପୁଲିସ ଘଟଣାର ତଦନ୍ତ କରି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବା ପରେ ଦୁହେଁ ନିଜର ଅପରାଧକୁ ସ୍ୱୀକାର କରିଥିଲେ ।

ସମ୍ବନ୍ଧିତ ଖବର