ସିିମଳା: ଲେଫ୍ଟନାଣ୍ଟ କର୍ଣ୍ଣେଲଙ୍କ ଝିଅକୁ ଗଣଦୁଷ୍କର୍ମ, କର୍ଣ୍ଣେଲ ଗିରଫ

ସିିମଲା: ହିମାଚଳପ୍ରଦେଶ ରାଜଧନୀ ସିମଳାରେ ଜଣେ ଲେଫ୍ଟନାଣ୍ଟ କର୍ଣ୍ଣେଲଙ୍କ ଝିଅକୁ ଜଣେ ସେନା କର୍ଣ୍ଣେଲ ଦୁଷ୍କର୍ମ କରିବା ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ଘଟଣାରେ ପୁଲିସ ଅଭିଯୁକ୍ତ କର୍ଣ୍ଣେଲ ଏବଂ ତାଙ୍କ ବନ୍ଧୁଙ୍କୁ ଗିରଫ କରି ତଦନ୍ତ ଆରମ୍ଭ କରିଛି।

ପୀଡ଼ିତାଙ୍କ କହିବା ଅନୁଯାୟୀ, ଅଭିଯୁକ୍ତ କର୍ଣ୍ଣେଲ ଜଣକ ତାଙ୍କୁ ଓ ତାଙ୍କ ବାପାଙ୍କୁ ନଭେମ୍ବର ୧୯ ତାରିଖରେ ସିମଲାର ଗାଇତି ଥିଏଟରରେ ଏକ କାର୍ଯ୍ୟକ୍ରମକୁ ନିମନ୍ତ୍ରିତ କରିଥିଲେ। ତେବେ ପୀଡ଼ିତାଙ୍କର ମଡେଲିଂ ପେସାରେ ରୁଚି ଥିବା ଜାଣିବା ପରେ ସେ ତାଙ୍କୁ ଏହି ଦିଗରେ ସହଯୋଗ କରିବାର ପ୍ରତିଶ୍ରୁତି ଦେଇଥିଲେ। ଏପରିକି ମୁମ୍ବାଇରେ ତାଙ୍କ ଝିଅ ନିକଟରେ ରହି ମଡେଲିଂରେ ଆଗକୁ ବଢ଼ିବାର ପ୍ରସ୍ତାବ ଦେଇଥିଲେ। ଏହା ପରଦିନ କର୍ଣ୍ଣେଲ ଜଣଙ୍କ ପୀଡ଼ିିତାଙ୍କୁ ହ୍ଵାଟ୍ସଆପ୍‌ରେ ଫଟୋ ପଠାଇବାକୁ କହିବା ସହ ତାଙ୍କ ସରକାରୀ ବାସଭବନକୁ ଆସି ମଡେଲିଂ ଜଗତର ଜଣେ ନାମକରା ହସ୍ତୀଙ୍କ ସହ ସାକ୍ଷାତ କରିବା ଲାଗି କହିଥିଲେ। ଏଥିରେ ଉତ୍ସାହିତ ହୋଇ ଆଶାୟୀ ଲେଫ୍ଟନାଣ୍ଟ କର୍ଣ୍ଣେଲଙ୍କ ଝିଅ କର୍ଣ୍ଣେଲଙ୍କ ବାସଭବନରେ ପହଞ୍ଚିଥିଲେ। ମାତ୍ର ସେଠାରେ କାମୁକ କର୍ଣ୍ଣେଲ ମହାଶୟ ପୀଡ଼ିତାଙ୍କୁ ମଦ୍ୟ ପିଇବାକୁ ବାଧ୍ୟ କରିବା ସହ ତାଙ୍କୁ ଦୁଷ୍କର୍ମ କରିଥିଲେ। ଏପରିକି ଏ ବିଷୟରେ କେଉଁଠି ମୁହଁ ଖୋଲିଲେ ତାଙ୍କ ବାପାଙ୍କ କ୍ୟାରିଅରରେ କ୍ଷତି ପହଞ୍ଚାଇବେ ବୋଲି ଅଭିଯୁକ୍ତ କର୍ଣ୍ଣେଲ ଧମକ ଦେଇଥିଲେ। ମାତ୍ର ସେଠାରୁ ଫେରିବା ପରେ ପୀଡ଼ିତା ସବୁ ପ୍ରଘଟ କରିଦେଇଥିଲେ।

ସମ୍ବନ୍ଧିତ ଖବର