ଝିଅ ସହ ଦୁଷ୍କର୍ମ ଅଭିଯୋଗରେ ଜେଲ ଦଣ୍ଡ ଭୋଗୁଥିବା ବାପକୁ ମିଳିଲା ଜାମିନ୍‌, ନେବା ପାଇଁ ଘରୁ କେହି ନ ଆସିବାରୁ ଗୁପ୍ତାଙ୍ଗ କାଟିଦେଲା ବାପା

ଇଦୁକ୍କି : କେରଳର କୋଚିର ଇଦୁକ୍କିରେ ଘଟିଛି ଏକ ଆଶ୍ଚର୍ଯ୍ୟ କଲା ଭଳି ଘଟଣା । ଝିଅ ସହ ଦୁଷ୍କର୍ମ କରି ଜେଲରେ ଦଣ୍ଡ ଭୋଗୁଥିବା ଅଭିଯୁକ୍ତ ବାପା ବ୍ଲେଡ଼୍‍ ସାହାଯ୍ୟ ନିଜ ଗୁପ୍ତାଙ୍ଗ କାଟି ଦେବା ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଅଭିଯୁକ୍ତକୁ ଜାମିନ୍‌ ମିଳି ସାରିଥିବା ବେଳେ ଘରକୁ କେହି ଜାମିନ୍‌ର ସର୍ତ୍ତ ପୂରଣ ପାଇଁ ନ ଆସିବାରୁ ଅଭିଯୁକ୍ତ ଏଭଳି ପଦକ୍ଷେପ ନେଇଥିବା ଜଣା ପଡ଼ିଛି ।

Mental Floss

ସୂଚନା ମୁତାବକ, ୪୨ବର୍ଷୀୟ ଅଭିଯୁକ୍ତ ନିଜ ଝିଅ ସହ ଦୁଷ୍କର୍ମ କରିବାର ଅଭିଯୋଗରେ ଜେଲଦଣ୍ଡ ଭୋଗୁଥିଲେ । କିଛି ଦିନ ତଳେ ଅଭିଯୁକ୍ତକୁ ଅଦାଲତ ଜାମିନ୍‌ ଦେଇଥିଲେ ମଧ୍ୟ ଜାମିନ୍‌ର ସର୍ତ୍ତ ପୂରଣ ପାଇଁ ପରିବାରରୁ କେହି ପୁଲିସ ଷ୍ଟେସନରେ ପହଞ୍ଚି ନଥିଲେ । ଏହି କଥାକୁ ନେଇ ଅଭିଯୁକ୍ତ ଚିନ୍ତିତ ରହିବା ସହ ମଙ୍ଗଳବାର ଦାଢ଼ୀ କାଟିବା ପାଇଁ ଦିଆଯାଇଥିବା ବ୍ଲେଡ଼୍‍ରେ ନିଜର ଗୁପ୍ତାଙ୍ଗ କାଟି ଦେଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡ଼ିଛି ।

ସମ୍ବନ୍ଧିତ ଖବର