ଜନ୍ମ ହେବାର ୧୮ଘଣ୍ଟା ମଧ୍ୟରେ ନବଜାତ ଶିଶୁକୁ ଜିଅନ୍ତା ପୋତିଲା ମା’, କାନ୍ଦ ଶୁଣି ମାଟି ତାଡ଼ି ବଞ୍ଚାଇଲା ୧୬ ବର୍ଷିୟ ନାବାଳିକା

ଡ଼ୁଙ୍ଗରପୁର୍‌ : ଜୟପୁରରେ ଥିବା ଡ଼ୁଙ୍ଗରପୁର ସହରରେ ଘଟିଛି ଏକ ହୃଦୟ ବିଦାରକ ଘଟଣା । ମା’ ନିଜ ୧୮ଘଣ୍ଟାର ଶିଶୁକୁ ଜିଅନ୍ତା ପୋତି ଦେଇଥିବା ଖବର ଏବେ ସେ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ଜନ୍ମ କଲା ମା’ ନିଜ ଛୁଆକୁ ମାରିବାକୁ ଉଦ୍ୟମ କରିଥିବା ବେଳେ ସେହି ଅଞ୍ଚଳର ଜଣେ ନାବାଳିକା ନବଜାତ ଶିଶୁକୁ ଉଦ୍ଧାର କରିଥିବା ଜଣାପଡ଼ିଛି । କଥାରେ ଅଛି, ରଖେ ହରି,ମାରେ କିଏ । ଏହି କଥାଟି ଜୟପୁରରେ ଘଟିଥିବା ଘଟଣାଟି ପ୍ରମାଣ କରିଛି । ଉଦ୍ଧାର ପରେ ନବଜାତ ଶିଶୁକୁ ଡ଼ାକ୍ତରଖାନା ନିଆଯାଇଥିବା ବେଳେ ଶିଶୁଟି ୧୫ରୁ ୧୮ଘଣ୍ଟା ପୂର୍ବରୁ ଜନ୍ମ ହୋଇଥିବା ଡ଼ାକ୍ତର ଜଣାଇଛନ୍ତି ।

Shutterstock

ସୂଚନା ମୁତାବକ,ଇନ୍ଦିରା କଲୋନି ପାଖରେ ଥିବା ଏକ ଜମିରେ ଜଣେ ମହିଳା ନିଜର ନବଜାତ ଶିଶୁକୁ ଆଣି ଜିଅନ୍ତା ପୋତି ଦେବା ସହ ତା’ ଉପରେ ପଥର ରଖି ଦେଇଥିଲେ । ସେହି ସମୟରେ ୧୬ ବର୍ଷିୟ ଲୀଲା କୌଣସି କାମରେ ଶିଶୁ ପୋତା ହୋଇଥିବା ସ୍ଥାନ ଆଡ଼କୁ ଯାଇଥିଲେ । ହଠାତ୍‌ କାହାର କାନ୍ଦ ଶୁଣି ସେ ଅଟକି ଯାଇଥିଲେ । ମାଟି ତଳୁ ଶବ୍ଦ ଆସୁଥିବାରୁ ଲୀଲା ମାଟି ଖୋଳିବା ପରେ ଭିତରେ ନବଜାତ ଶିଶୁ ଥିବାର ଦେଖିଥିଲେ । ଏହା ପରେ ସେ ତୁରନ୍ତ ଶିଶୁକୁ ଡ଼ାକ୍ତରଖାନା ନେଇ ଚିକିତ୍ସା କରାଇଥିଲେ । ପୁଲିସକୁ ଏ ନେଇ ଖବର ମିଳିବା ପରେ ପୁଲିସ ପୂରା ଘଟଣା ବିଷୟରେ ଜାଣି ଅଭିଯୁକ୍ତ ମା’କୁ ଖୋଜିବା ଆରମ୍ଭ କରିଥିବା ଜଣାପଡ଼ିଛି ।

ସମ୍ବନ୍ଧିତ ଖବର