ଦିଲ୍ଲୀର ରେଳଧାରଣାରୁ ମିଳିଲା ନିରୁଦ୍ଦିଷ୍ଟ ଏଚ୍‌ଆର୍‌ଡି ମନ୍ତ୍ରାଳୟ ଅଧିକାରୀଙ୍କ ଶବ

ନୂଆଦିଲ୍ଲୀ: ନିଖୋଜ ହେବାର ତିନି ଦିନ ପରେ ପାଲାମସ୍ଥିତ ରେଳଧାରଣାର ଉପରୁ ମାନବିକ ସମ୍ବଳ ବିକାଶ ମନ୍ତ୍ରାଳୟର ଜଣେ ଅଧିକାରୀଙ୍କ ଶବ ଉଦ୍ଧାର କରଯାଇଥିବା କଥା ଗୁରୁବାର ଦିନ ପୁଲିସ କହିଛି।

ଇଣ୍ଡିଆନ୍‌ ସିଭିଲ୍‌ ଆକାଉଣ୍ଟ୍‌ସ୍‌ ସର୍ଭିସ୍‌ ଅଧିକାରୀ ଜିତେନ୍ଦ୍ର କୁମାର ଝା ସୋମବାର ସକାଳେ ଦ୍ୱାରକାରୁ ମର୍ଣ୍ଣିଂଓ୍ଵାକ୍‌ରେ ବାହାରି ନିରୁଦ୍ଦିଷ୍ଟ ହୋଇ ଯାଇଥିଲେ।

ଡିସେମ୍ବର ୧୧ ଏବଂ ୧୨ ତାରିଖ ମଧ୍ୟ ରାତ୍ରୀରେ ପାଲମସ୍ଥିତ ରେଳଧାରଣା ଉପରୁ ଏକ ଅଚିହ୍ନା ଶବ ମିଳିଥିଲା। ସେ ଝା’ ବୋଲି ମିଳିଥିବା ଏକ ଓ୍ଵାଲେଟ୍‌ରୁ ଜଣାପଡ଼ିଥିଲା।

ତାଙ୍କ ଜ୍ୟାକେଟ୍‌ ପକେଟରୁ ଏକ ସୁଇସାଇଡ୍‌ ନୋଟ୍‌ ମଧ୍ୟ ମଳିଛି। ତାଙ୍କର ମୃତ୍ୟୁ ପାଇଁ କେହି ଦାୟୀ ନୁହନ୍ତି ବୋଲି ସେଥିରେ ଉଲ୍ଲେଖ ଅଛି।
୧୯୯୮ ବ୍ୟାଚ୍‌ର ଅଫିସର୍‌ ଝା’ ସୋମବାର ସକାଳେ ନିଜ ପିଲାମାନଙ୍କୁ ସ୍କୁଲ୍‌ ବସ୍‌ରେ ବସାଇବାକୁ ଯାଇ ଘରକୁ ଫେରିଥିଲେ। ପୁଣି ଟିକେ ପରେ ସେ ବାହାରକୁ ଯାଇଥିଲେ, କିନ୍ତୁ ସାଥିରେ ଫୋନ୍‌ ନେଇ ନ ଥିଲେ।

କୌଣସି କାରଣରୁ ଝା’ ବିବ୍ରତ ଥିଲେ। ସେପ୍ଟେମ୍ବର ୨୮ ତାରିଖରୁ ମେଡିକାଲ୍‌ ଲିଭ୍‌ରେ ଥିବାରୁ ସେ ଅଫିସ ଯାଉ ନ ଥିଲେ।

ସମ୍ବନ୍ଧିତ ଖବର