୨୧ବର୍ଷର ଯୁବତୀଙ୍କ ମୃତଦେହକୁ କାମୁଡି ଖାଇଲା ମୂଷା

ହାଇଦ୍ରାବାଦ: ହାଇଦ୍ରାବାଦ ସହରର ଓସ୍‌ମାନିଆ ଜେନରାଲ ହସ୍‌ପିଟାଲରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଓସମାନିଆ ଜେନେରାଲ ହସ୍‌ପିଟାଲରେ ଥିବା ଶବଗୃହରେ ୨୧ବର୍ଷର ଜଣେ ଯୁବତୀଙ୍କ ମୃତଦେହକୁ ମୂଷା କାମୁଡି କାମୁଡି ଖଣ୍ଡବିଖଣ୍ଡ କରି ଦେଇଛି।

ସୂଚନାଯୋଗ୍ୟ, ସୋମବାର ମଧ୍ୟ ରାତିରେ ହବିବନଗର ଅଞ୍ଚଳର ମଙ୍ଗାର ବସ୍ତିରେ ରହୁଥିବା ୨୧ବର୍ଷୀୟ ମଧୁ ଦୌଡ଼ି ଦେଇ ଆତ୍ମହତ୍ୟା କରିଥିଲେ। ପୁଲିସ ଷ୍ଟେସନ୍‌ରେ ମାମଲା ରୁଜୁ ହେବା ପରେ ମଧୁର ଆତ୍ମହତ୍ୟାର କାରଣ ସମ୍ପର୍କରେ ଜାଣିବା ପାଇଁ ତନାଘନା ଆରମ୍ଭ କରିଛି। ମଧୁର ଆତ୍ମହତ୍ୟା ସମ୍ପର୍କରେ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଥିଲା। ବ୍ୟବଚ୍ଛେଦ ପରେ ମଧୁଙ୍କ ମୃତଦେହକୁ ଶବଗୃହରେ ରଖାଯାଇଥିଲା। କିନ୍ତୁ ହସ୍‌ପିଟାଲ କର୍ତ୍ତୃପକ୍ଷଙ୍କ ଅବହେଳା ହେତୁ ମଧୁଙ୍କ ମୃତଦେହକୁ ଖୋଲା ରଖାଯାଇଥିଲା। ଶବଗୃହରେ ଥିବା ମୂଷା ମୃତ ଯୁବତୀଙ୍କ ମୁହଁ ଓ ନାକକୁ କାମୁଡି ଖଣ୍ଡବିଖଣ୍ଡ କରି ଦେଇଛନ୍ତି। ଯେତେବେଳେ ମଧୁଙ୍କ ପରିବାରବର୍ଗଙ୍କୁ ମୃତ ଝିଅର ମୃତଦେହ ହସ୍ତାନ୍ତର କରାଯାଇଥିଲା ସେମାନେ ଝିଅର ଏଭଳି ଅବସ୍ଥା ଦେଖି ହସ୍‌ପିଟାଲ ପରିସରରେ ହଙ୍ଗାମା ସୃଷ୍ଟି କରିଥିଲେ। ଏହାପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମଧୁଙ୍କ ପରିବାର ଲୋକଙ୍କୁ ବୁଝାସୁଝା କରିବା ସହିତ ତଦନ୍ତ ଆରମ୍ଭ କରିଛି।

ଏହି ଘଟଣାକୁ ନେଇ ହସ୍‌ପିଟାଲ ପ୍ରସାଶନ କହିଛନ୍ତି, ଶବଗୃହରେ ଥିବା ସମସ୍ତ ଫ୍ରିଜ ସଠିକ୍‌ ଭାବେ କାମ କରୁ ନାହିଁ। ଭୁଲବଶତଃ ଫ୍ରିଜ୍‌ର ଗେଟ ବନ୍ଦ କରା ନଯିବାରୁ ମୂଷା ପସି ଯାଇଥିବା ସନ୍ଦେହ କରାଯାଉଛି।

ସମ୍ବନ୍ଧିତ ଖବର