୩ ଜଣଙ୍କୁ ଏକା ସାଙ୍ଗରେ ଡେଟ୍‌ କରିବା ଭାରୀ ପଡ଼ିଲା,ଖର୍ଚ୍ଚ ଉଠାଇବା ପାଇଁ ନୃତ୍ୟଶିଳ୍ପୀରୁ ଚୋର ହେଲେ ଯୁବକ

ନୂଆଦିଲ୍ଲୀ : ଏକା ସାଙ୍ଗରେ ୩ ଜଣ ମହିଳାଙ୍କୁ ଡେଟ୍‌ କରିବା କେତେ କଷ୍ଟ ତାହା ଦକ୍ଷୀଣ-ପୂର୍ବ ଦିଲ୍ଲୀରେ ରହୁଥିବା ଜଣେ ୨୧ବର୍ଷୀୟ ଯୁବକ ଜାଣି ପାରିଛନ୍ତି । ୩ ଜଣଙ୍କୁ ଡ଼େଟ୍‌ କରିବା ଦ୍ୱାରା ନୃତ୍ୟଶିଳ୍ପୀରୁ ଚୋର ହେବା ପରେ ଜେଲ ବି ଯିବାକୁ ପଡ଼ିବ ବୋଲି ଭାବି ନ ଥିଲେ ରୋହନ ଗିଲ୍‌। ପେସାରେ ଜଣେ ନୃତ୍ୟଶିଳ୍ପୀ ଥିବା ରୋହନ ୩ ଜଣ ପ୍ରେମିକାଙ୍କୁ ଖୁସି କରାଇବା ପାଇଁ ଚୋରି କରିବା ଆରମ୍ଭ କରିଥିଲା ବୋଲି ଗିରଫ ହେବା ପରେ ପୁଲିସକୁ ଜଣାଇଛି । ଏହ ପ୍ରଥମ ନୁହେଁ, ବର୍ଷକ ମଧ୍ୟରେ ରୋହନ ୪ ଥର ଗିରଫ ହୋଇ ସାରିଥିବା କହିଛନ୍ତି ପୁଲିସ ଅଧିକାରୀ ।

ସୂଚନା ମୁତାବକ, ଗୁରୁବାର ରାତି ସମୟରେ ଏକ ଅଟୋ ଚାଳକ ଅଟୋ ଭିତରେ ବସି ଟଙ୍କା ଗଣୁଥିବା ବେଳେ ରୋହନ ଚାଳକଙ୍କ ଟଙ୍କା ଧରି ଫେରାର ହୋଇ ଯାଇଥିଲେ । ପରେ ଅଟୋ ଚାଳକ ପୁଲିସରେ ଅଭିଯୋଗ କରିବା ପରେ ପାଟ୍ରୋଲିଂ କରୁଥିବା ପୁଲିସ ରୋହନଙ୍କୁ କାବୁ କରି ନେଇଥିଲେ । ଗିରଫ ପରେ ସେ ଏପରି ନିଜ ପ୍ରେମିକାମାନଙ୍କୁ ଖୁସି କରାଇବା ପାଇଁ କରୁଥିବା ପୁଲିସକୁ ଜଣାଇଥିଲା । ଏହା ପୂର୍ବରୁ ପୁଲିସ ରୋହନଙ୍କ ୧୨ଟି ମାମଲାର ସମାଧାନ କରି ସାରିଛିା କିନ୍ତୁ ସମାଧାନ ସତ୍ତ୍ୱେ ବାରମ୍ବାର ରୋହନ ଚୋରି କରି ଚାଲିଥିବାରୁ ପୁଲିସ ରୋହନଙ୍କୁ ଶେଷ ଚେତାବନୀ ଦେଇଥିବା ଜଣାପଡ଼ିଛି ।

ସମ୍ବନ୍ଧିତ ଖବର