୫ବର୍ଷୀୟା ପୀଡ଼ିତାଙ୍କ ସହ ଗଣଦୁଷ୍କର୍ମ କଲେ ୧୦ ଓ ୧୧ବର୍ଷୀୟ ୨ ନାବାଳକ

ନୂଆଦିଲ୍ଲୀ: ଦିଲ୍ଲୀରେ ପୁଣି ଥରେ ଆଶ୍ଚର୍ଯ୍ୟ କଲା ଭଳି ଏକ ଦୁଷ୍କର୍ମ ମାମଲା ସାମ୍ନାକୁ ଆସିଛି । ଜଣେ ୫ବର୍ଷୀୟା ପୀଡ଼ିତା କପଶେରା ପାର୍କରେ ଖେଳୁଥିବା ବେଳେ ଦୁଇ ଜଣ ନାବାଳକ ତାଙ୍କ ସହ ଦୁଷ୍କର୍ମ କରିଥିଲେ । ସବୁଠାରୁ ଆଶ୍ଚର୍ଯ୍ୟ କରିଛି ଅଭିଯୁକ୍ତମାନଙ୍କର ବୟସ । ଜଣଙ୍କୁ ୧୧ବର୍ଷ ହୋଇଥିବା ବେଳେ ଆଉଜଣଙ୍କୁ ୧୦ବର୍ଷ ବୋଲି ଜଣା ପଡ଼ିଛି । ଦୁଇ ଅଭିଯୁକ୍ତ ପୀଡ଼ିତାଙ୍କ ପଡ଼ୋଶୀ ଥିବା ସାମ୍ନାକୁ ଆସିଛି । ତେବେ ଏହି ଘଟଣା ମହିଳାଙ୍କ ସୁରକ୍ଷାକୁ ନେଇ ଥମି ଆସୁଥିବା ବିବାଦକୁ ପୁଣି ଥରେ ତେଜିଛି ।

Pakistan Today

ସୂଚନା ମୁତାବକ, ସୋମବାର ରାତିରେ ପୀଡ଼ିତା ପାର୍କରେ ଖେଳୁଥିବା ବେଳେ ଦୁଇ ଅଭିଯୁକ୍ତ ଏଭଳି ଅପରାଧ କରିଥିଲେ । ପୀଡ଼ିତାଙ୍କ ମା’ଙ୍କୁ ଆସୁଥିବା ଦେଖି ଦୁହେଁ ସେଠାରୁ ଫେରାର ହୋଇ ଯାଇଥିଲେ । ପରେ ପୀଡ଼ିତାଙ୍କୁ ଡ଼ାକ୍ତରଖାନା ନେବା ପରେ ତାଙ୍କ ସହ ଦୁଷ୍କର୍ମ କରାଯାଇଥିବା ନେଇ ସ୍ପଷ୍ଟ କରିଥିଲେ ଡ଼ାକ୍ତର । ଯାହା ପରେ ଏ ନେଇ ପୁଲିସରେ ଅଭିଯୋଗ କରାଯାଇଥିଲା । ଏତଲା ପାଇବାର ୨୪ଘଣ୍ଟା ପରେ ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରିଥିବା ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର