ନୂଆଦିଲ୍ଲୀ: ଦିଲ୍ଲୀରେ ଦେଖିବାକୁ ମିଳିଛି ପୁଣି ଏକ ଅଭାବନୀୟ ଘଟଣା। ଜଣେ ୨ ବର୍ଷୀୟା ନାବାଳିକାକୁ ଶୁକ୍ରବାର ରାତିରେ ଜଣେ ୨୪ ବର୍ଷିଅ ଯୁବକ ଅପହରଣ କରି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏପରି କାଣ୍ଡ ରଚିବା ପରେ ଯୁବକ ଜଣକ ନାବାଳିକାକୁ ଦିଲ୍ଲୀର ପୁରୁଣା ରେଳବାଇ ଷ୍ଟେସନ୍ର ରେଳ ଧାରଣାରେ ଫୋପାଡ଼ି ଦେଇଥିବା ସୂଚନା ରହିଛି। ଅଭିଯୁକ୍ତଙ୍କ ନାମ ଅନୀଲ ବୋଲି ପୁଲିସ୍ ସୂଚନା ଦେଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ପୁଲିସ୍ ସୂତ୍ରରୁ ଜାଣିବାକୁ ମିଳିଛି ଯେ ଅନୀଲ ଡ୍ରଗ୍ ସେବନ କରେ। ଉତ୍ତର ଦିଲ୍ଲୀର କୋତଓ୍ଵାଲିର ଶୁକ୍ରବାର ରାତି ଅଧାରେ ଫୁଟ୍ପାଥ୍ରେ ନାବାଳିକାଟି ନିଜ ମାଆ ପାଖରେ ଶୋଇଥିବା ଅବସ୍ଥାରେ ଅନୀଲ ନାବାଳିକାଟିକୁ ଅପହରଣ କରି ନେଇଥିଲା। ନାବାଳିକାର ମାଆ ରାତି ପ୍ରାୟ ୨.୩୦ରେ ନିଜ ଝିଅକୁ ନପାଇ ଖୋଜିବାକୁ ଲାଗିଲେ। ପରଦିନ ସକାଳ ୧୦ଟାରେ ପୁଲିସ୍ରେ ଅଭିଯୋଗ ଲେଖାଇବା ପରେ ପୁଲିସ୍ ତଦନ୍ତ ଆରମ୍ଭ କରିଥିଲା। ପୁଲିସ୍ ତଦନ୍ତ କରି ଜାଣିବାକୁ ପାଇଛି ଯେ ନାବାଳିକାଟିକୁ ପ୍ରଥମ ଅପହରଣ କରାଯାଇ ପରେ ଦୁଷ୍କର୍ମ ଓ ହତ୍ୟା କରାଯାଇଛି।