ଦୁଷ୍କର୍ମ ଭଳି ଅପରାଧ କରିବା ପରେ ବି ଅପରାଧୀକୁ ଦୁଷ୍କର୍ମ ଆରୋପରୁ ମୁକ୍ତ କରି ଜାମିନ୍ ଦେଲା ଅଦାଲତ

ନୂଆଦିଲ୍ଲୀ: ଜଣେ ଅପରାଧୀକୁ ଦୁଷ୍କର୍ମ ଆରୋପରୁ ମୁକ୍ତ କରି ଜାମିନ୍ ଦେଇଛନ୍ତି ଦିଲ୍ଲୀର ଏକ ଅଦାଲତ। ଜଣେ ମହିଳା ଦୁଷ୍କର୍ମର ଅଭିଯୋଗ ଆଣିବା ପରେ ଏହି ମାମଲା ଉପରେ ବିଚାର କରି ଅଦାଲତ ଏଭଳି ରାୟ ଶୁଣାଇଛନ୍ତି। ଦୁଷ୍କର୍ମ ହେବା ସମୟରେ ପୀଡ଼ିତା ଅଭିଯୁକ୍ତଙ୍କ ପତ୍ନୀ ଥିଲେ। ଏହାକୁ ଆଖି ଆଗରେ ରଖି ଅଦାଲତ ଏଭଳି ରାୟ ଶୁଣାଇଛନ୍ତି।

दिल्ली: कोर्ट बोला- 'रेप के दिन महिला थी पत्नी'... और आरोपी को कर दिया बरी
aajtak.intoday.in

ମିଳିଥିବା ସୂଚନାନୁସାରେ, ପୀଡ଼ିତା ଓ ଅଭିଯୁକ୍ତ ପଞ୍ଜାବରେ ସାଥୀରେ ରହୁଥିଲେ। କିନ୍ତୁ ସ୍ବାମୀ ଚୋରି କରି ଜେଲ ଯାଇସାରିଥିବା ଜାଣି ମହିଳାଜଣଙ୍କ ରାଗରେ ଘର ଛାଡ଼ି ଦିଲ୍ଲୀ‌ ଚାଲି ଆସିଥିଲେ। ପରେ ମହିଳାଙ୍କ ସ୍ବାମୀ ଦିିଲ୍ଲୀରେ ପହଞ୍ଚି ନିଜକୁ ବଦଳାଇଦେବି ବୋଲି କହି ତାଙ୍କ ସହ ରହିବା ପାଇଁ ଜିଦ୍ ଧରିଥିଲେ। ଯାହା ପରେ ଦୁହେଁ ସାଥୀରେ ରହିବା ଆରମ୍ଭ କରିଥିଲେ। କିନ୍ତୁ ରହିବାର କିଛି ମାସ ପରେ ଅଭିଯୁକ୍ତ ମହିଳାଙ୍କଠାରୁ ୨ଲକ୍ଷ ଟଙ୍କା ଚୋରି କରି ନେଇଯାଇଥିଲେ। ଏ ନେଇ ପୀଡ଼ିତା ପୁଲିସରେ ଅଭିଯୋଗ କରିବା ପରେ ପୁଲିସ ଅଭିଯୁକ୍ତ ସ୍ବାମୀକୁ ଗିରଫ କରିଥିଲା। କିନ୍ତୁ ଜେଲରୁ ବାହାରିବା ପରେ ଅଭିଯୁକ୍ତ ପୀଡ଼ିତାଙ୍କ ଘରକୁ ଯାଇ ତାଙ୍କ ସହ ଜୋର ଜବରଦସ୍ତ ଶାରୀରିକ ସଂପର୍କ ରଖିଥିଲା। ଏହାକୁ ବିରୋଧ କରି ପୀଡ଼ିତା ପୁଲିସରେ ଦୁଷ୍କର୍ମର ଅଭିଯୋଗ ଆଣିଥିଲେ ମଧ୍ୟ ଅଦାଲତ ସ୍ବାମୀକୁ ଜାମିନ୍ ଦେଇଥିବା ଜଣାପଡ଼ିଛି। ଘଟଣା ଘଟିବା ସମମୟରେ ପୀଡ଼ିତା ଅଭିଯୁକ୍ତର ପତ୍ନୀ ଥିବାରୁ ଦୁଷ୍କର୍ମର ଆରୋପ ହଟାଇ ଅଦାଲତ ଅଭିଯୁକ୍ତ ସ୍ବାମୀକୁ ଛାଡ଼ି ଦେଇଛନ୍ତି।

ସମ୍ବନ୍ଧିତ ଖବର