ପତ୍ନୀର ସାଙ୍ଗକୁ ନିଜ ଘରେ ବସି ଟିଭି ଦେଖୁଥିବାର ଦେଖି ରାଗରେ ପିଟି ପିଟି ମାରିଦେଲା ସ୍ୱାମୀ

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀରେ ଜଣେ ଯୁବକ ନିଜ ପତ୍ନୀଙ୍କ ବନ୍ଧୁକୁ ପିଟି ପିଟି ମାରି ଦେବା ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ଅଭିଯୁକ୍ତ ଘରେ ପହଞ୍ଚିବା ପରେ ନିଜ ପତ୍ନୀଙ୍କ ବନ୍ଧୁକୁ ନିଜ ପୁଅ ସହ ବସି ଟିଭି ଦେଖୁଥିବାର ଦେଖିଥିଲେ । ଯାହା ପାଇଁ ରାଗରେ ଏକ ଲୁହା ରଡ଼ ନେଇ ଅଭିଯୁକ୍ତ ପୀଡ଼ିତଙ୍କ ମୁଣ୍ଡକୁ ପ୍ରହାର ଉପରେ ପ୍ରହାର କରିବାରୁ ପୀଡ଼ିତଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ମୃତକଜଣଙ୍କ ବିନୋଦ ଯାଦବ ବୋଲି ଚିହ୍ନଟ କରିଛି ପୁଲିସ ।

Related image
springsadvertiser.co.za

ପୁଲିସର ସୂଚନାନୁସାରେ, ଠିକାଦାର ଭାବେ କାମ କରୁଥିବା ଯାଦବଙ୍କର ପଡ଼ୋଶୀ କାସିମ୍‌ ଶେଖ୍‌ଙ୍କ ପତ୍ନୀଙ୍କ ସହ ବନ୍ଧୁତା ଥିଲା । ଯାଦବ ଅନେକ ସମୟରେ କାସିମ୍‌ଙ୍କ ଘରକୁ ଯିବା ଆସିବା କରୁଥିବା ବେଳେ ଏ ବିଷୟରେ କିିଛି ଦିନ ତଳେ ଜାଣିବାକୁ ପାଇଥିଲେ କାସିମ୍‌ । ଯାହା ପାଇଁ ସେ ନିଜ ପତ୍ନୀଙ୍କୁ ଏ ନେଇ ତାଗିଦ୍‌ କରିଥିଲେ । କିନ୍ତୁ ଗତ ମଙ୍ଗଳବାର ଘରକୁ ଫେରିବା ସମୟରେ ପୁଣି ଥରେ ଯାଦବଙ୍କୁ ନିଜ ପୁଅ ସହ ବସି ଟିଭି ଦେଖୁଥିବାର ଦେଖି ରାଗରେ ହତ୍ୟା ଭଳି ଅଭାବନୀୟ କାମ କରିଥିଲେ କାସିମ୍‌ । ହତ୍ୟା କରି କାସିମ୍‌ ଫେରାର ହୋଇଯିବା ପରେ ପଡ଼ୋଶୀ ପୁଲିସକୁ ଏ ନେଇ ସୂଚନା ଦେଇଥିଲେ । ମାମଲା ବିଷୟରେ ଜାଣି ଏବେ କାସିମ୍‌କୁ ଗିରଫ କରିବାରେ ସଫଳ ହୋଇଛି ପୁଲିସ ।

ସମ୍ବନ୍ଧିତ ଖବର