ଟ୍ରାଫିକ୍‌ ଜାମ୍‌ ପାଇଁ ଉଦ୍ଧାର ହେଲେ ଯୁବକ, ବଞ୍ଚିଗଲା ଜୀବନ

ନୂଆଦିଲ୍ଲୀ : ଆଜିକାଲି ଜନସଂଖ୍ୟା ସହ ଗାଡ଼ି ଚଳାଚଳ ମଧ୍ୟ ବୃଦ୍ଧି ପାଉଛି । ଯାହା ପାଇଁ ଟ୍ରାଫିକ ଏକ ବଡ଼ ସମସ୍ୟା ପାଲଟିଛି । ବଡ଼ ବଡ଼ ସହରମାନଙ୍କରେ ଟ୍ରାଫିକ ସମସ୍ୟା ଅଧିକ ଦେଖାଯାଉଥିବା ବେଳେ ଗୋଟେ ସ୍ଥାନରେ ଶୀଘ୍ର ପହଞ୍ଚିବା ସମ୍ଭବ ହୋଇ ପାରୁନାହିଁ । କିନ୍ତୁ ଦିଲ୍ଲୀରେ ଟ୍ରାଫିକ ଜାମ୍‌ ପାଇଁ ଜଣଙ୍କ ଜୀବନ ବଞ୍ଚି ପାରିଥିବା ଜଣା ପଡ଼ିଛି । ପଶ୍ଚିମ ଦିଲ୍ଲୀରୁ ୪ଜଣ ଦୁର୍ବୃତ୍ତ ଜଣେ ଯୁବକଙ୍କୁ ଅପହରଣ କରି ନେଇ ଯାଉଥିବା ବେଳେ ଦିଲ୍ଲୀ ପୁଲିସ ଯୁବକଙ୍କୁ ଉଦ୍ଧାର କରିଥିଲା । ଯାହା ଟ୍ରାଫିକ ଜାମ୍‌ ପାଇଁ ସମ୍ଭବ ହୋଇ ପାରିଥିବା ଜଣା ପଡ଼ିଛି ।

Image result for delhi-man-kidnapped-by-gang-rescued-by-police-thanks-to-traffic-jam
Times of India

ସୂଚନା ମୁତାବକ, ଶୁକ୍ରବାର ପଶ୍ଚିମ ଦିଲ୍ଲୀରେ ରହୁଥିବା ରିଜ୍‌ଓ୍ଵାଲଙ୍କୁ ମଧ୍ୟରାତ୍ରରେ ୪ଜଣ ଅଭିଯୁକ୍ତ ଅପହରଣ କରିଥିଲେ । ଯାହା ପରେ ତାଙ୍କ ଭାଇ ରାତି ୨ଟାରେ ପୁଲିସକୁ ଏ ନେଇ ଜଣାଇବା ସହ କାର୍‌ର କାଚରେ ‘ହାଇ ଲ୍ୟାଣ୍ଡର’ ଲେଖାଥିବା କହିଥିଲେ । ସୂଚନା ପାଇ ପୁଲିସ ତୁରନ୍ତ ଖୋଜିବା ଆରମ୍ଭ କରିଥିଲା । ଟ୍ରାଫିକ୍‌ ଜାମ୍‌ ହେବାରୁ ନଜାଫଗଡ଼କୁ ଯାଉଥିବା ଦୁର୍ବୃତ୍ତଙ୍କ ଗାଡ଼ି ଉତ୍ତମ ନଗରରେ ଫସି ଯାଇଥିଲା । ପୁଲିସକୁ ଦେଖି ଅଭିଯୁକ୍ତମାନେ ଖସିଯିବାକୁ ଚେଷ୍ଟା କରିଥିଲେ ମଧ୍ୟ ଜଣଙ୍କୁ ପୁଲିସ ସେମାନଙ୍କୁ କାବୁ କରି ନେଇଥିଲା । ଗିରଫ ହୋଇଥିବା ଅଭିଯୁକ୍ତର ନାଁ ରବି ବୋଲି ଜଣା ପଡ଼ିଥିବା ବେଳେ ଅନ୍ୟ ୩ଜଣଙ୍କୁ ଖୋଜିବା ଆରମ୍ଭ କରିଛି ପୁଲିସ ।

ସମ୍ବନ୍ଧିତ ଖବର