ସ୍ୱାମୀଠାରୁ ଅଲଗା ହେବା ପରେ ପୁଅକୁ ପାଖରେ ରଖିବାକୁ ଚାହୁଁ ନ ଥିଲା ମା’, ପିଟି ପିଟି ହତ୍ୟା କଲା ଲିଭ୍‌ ଇନ୍‌ ପାର୍ଟନର

ନୂଆଦିଲ୍ଲୀ : ଦିଲ୍ଲୀର ବିନ୍ଦାପୁରରେ ଏକ ୪ବର୍ଷର ଶିଶୁକୁ ନିର୍ମମ ଭାବେ ହତ୍ୟା କରାଯାଇଥିବା ଜଣା ପଡ଼ିଛି । ଏହି ହତ୍ୟା ପଛରେ ମୃତ ଶିଶୁର ମା’ ଏବଂ ତାଙ୍କ ଲିଭ୍‌ ଇନ୍‌ ପାର୍ଟନର ସାମିଲ ଥିବା ଖବର ସାମ୍ନାକୁ ଆସିଛି । ତେବେ ଘଟଣାର ସୂଚନା ମିଳିବା ପରେ ପୁଲିସ ଦୁଇ ଅଭିଯୁକ୍ତକୁ ଗିରଫ କରି ନେଇଛି ।

Daily Times

ସୂଚନା ମୁତାବକ, କୋମଲଙ୍କ ବିବାହ ବିକାଶଙ୍କ ସହ ହେବା ପରେ ଦୁହିଁଙ୍କର ୪ବର୍ଷର ପୁଅ ଥିଲା । କିନ୍ତୁ ଦୁହେଁ ପୁଅ ଜନ୍ମ ହେବାର କିଛି ଦିନ ପରେ ପରସ୍ପରଠାରୁ ଅଲଗା ହୋଇ ଯାଇଥିଲା । ଅଲଗା ହେବା ପରେ କୋମଲଙ୍କ ସହ ତାଙ୍କ ପୁଅ ରହିଥିଲା । କିଛି ଦିନ ପରେ କୋମଲ ରବିକର ନାମକ ଜଣେ ଯୁବକଙ୍କ ସହ ଲିଭ୍‌-ଇନ୍‌ରେ ରହିବା ଆରମ୍ଭ କରିଥିଲେ । କିନ୍ତୁ ରବିକର କୋମଲଙ୍କ ପୁଅକୁ ନିଜ ପାଖରେ ରଖିବାକୁ ଚାହୁଁ ନଥିଲେ, ଯାହା ପାଇଁ ଦୁହିଁଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇ ଯାଇଥିଲା । ବିବାଦକୁ ଦେଖି କୋମଲ ବିକାଶଙ୍କ ସହ କଥା ହୋଇଥିଲେ ମଧ୍ୟ ବିକାଶ ନିଜ ପୁଅକୁ ନେବାକୁ ଇଚ୍ଛା କରି ନ ଥିଲେ । ଏହା ପରେ ରବିକର ମେ’ ୨୩ରେ ପୀଡ଼ିତକୁ ମାଡ଼ ମାରିବା ସହ ଗଳା ଚିପି ହତ୍ୟା କରିଥିଲେ ଏହି ସମୟରେ କୋମଳ ଉପସ୍ଥିତ ରହି ମଧ୍ୟ ପାଟି ଫିଟାଇ ନଥିଲେ ।

ସମ୍ବନ୍ଧିତ ଖବର