୫ବର୍ଷର ସଂପର୍କକୁ ଭାଙ୍ଗି ପ୍ରେମିକା ଅନ୍ୟ ସ୍ଥାନରେ ବିବାହ କରୁଥିବାରୁ ଘରେ ପଶି ଗୁଳି ମାରିଲା ପ୍ରେମିକ

ନୂଆଦିଲ୍ଲୀ : ଦିଲ୍ଲୀର ଭାରତ ନଗର ଅଞ୍ଚଳରେ ଜଣେ ପ୍ରେମିକ ଘରେ ପଶି ସର୍ବ ସମ୍ମୁଖରେ ନିଜ ପ୍ରେମିକାକୁ ଗୁଳି ମାରିବା ଘଟଣା ଏବେ ମୁଖ୍ୟ ଖବର ପାଲଟିଛି । ପ୍ରେମରେ ଧୋକା ଦେଇ ପୀଡ଼ିତା ଅନ୍ୟ ଜଣଙ୍କ ସହ ବିବାହ କରୁଥିବାରୁ ରାଗରେ ଅଭିଯୁକ୍ତ ଜଣଙ୍କ ଏପରି କରିଥିବା ଜଣା ପଡ଼ିଛି । ଏହି ଘଟଣା ପରେ ପୀଡ଼ିତାଙ୍କୁ ଡ଼ାକକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କ ଅବସ୍ଥା ଏବେ ଗମ୍ଭୀର ରହିଛି ।
ସୂଚନା ମୁତାବକ, ପୀଡ଼ିତା ଅଂଶୁଲ ଜଣେ ଚାଟାର୍ଡ଼ ଆକଉଣ୍ଟାଟ ଭାବରେ କାମ କରୁଥିବା ବେଳେ ହରିଶଙ୍କ ସଂପର୍କରେ ଆସିଥିଲେ । ଦୁହେଁ ୫ବର୍ଷ ପ୍ରେମ ସଂପର୍କରେ ରହିବା ପରେ କିଛି ଦିନ ପୂର୍ବରୁ ଅଂଶୁଲଙ୍କ ବିବାହ ଠିକ୍‌ ହୋଇ ଯିବାରୁ ସେ ହରିଶଙ୍କ ସହ କଥା ହେବା ବନ୍ଦ କରି ଦେଇଥିଲେ ।

viralnews24.unaux.com

ଅଂଶୁଲ ଅନ୍ୟ ଆଡ଼େ ବିବାହ କରୁଥିବା ଜାଣି ଧମକ ଦେବା ଆରମ୍ଭ କରିଥିଲେ ହରିଶ । ଅଂଶୁଲ ହରିଶଙ୍କ ଧମକରେ ନ ଡ଼ରିବାରୁ ଶନିବାର ଅଂଶୁଲଙ୍କ ଘରକୁ ଆସି ଗୁଳି ଚଳାଇଥିଲେ ହରିଶ । ଏହି ଘଟଣା ପରେ ତୁରନ୍ତ ଅଂଶୁଲଙ୍କ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଏବେ ତାଙ୍କ ଅବସ୍ଥା ସ୍ଥିର ଥିବା ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର