ଦିଲ୍ଲୀରେ ଘଟିଲା ହୃଦୟ ବିଦାରକ ଘଟଣା : ଅବସାଦଗ୍ରସ୍ତ ହୋଇ ପତ୍ନୀ ଏବଂ ୩ ପିଲାଙ୍କୁ ହତ୍ୟା କଲା ଯୁବକ

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀରେ ଜଣେ ଯୁବକ ନିଜ ପତ୍ନୀ ଏବଂ ୩ଟି ସନ୍ତାନଙ୍କୁ ହତ୍ୟା କରିବା ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ଅଭିଯୁକ୍ତ ନିଜ ପତ୍ନୀଙ୍କୁ ଛୁରା ମାଡ଼ କରି ହତ୍ୟା କରିବା ସହ ୩ ଶିଶୁଙ୍କୁ ତଣ୍ଟି ଚିପି ହତ୍ୟା କରିଥିବା ଜଣାପଡ଼ିଛି । ଘଟଣାଟି ସାମ୍ନାକୁ ଆସିବା ପରେ ପୁଲିସ ଅଭିଯୁକ୍ତକୁ ଗିରଫ କରିବା ସହ ତଦନ୍ତ ଆରମ୍ଭ କରିଛି । ଅଭିଯୁକ୍ତ ଅବସାଦଗ୍ରସ୍ତ ହୋଇ ଏଭଳି କରିଥିବା ସନ୍ଦେହ କରୁଛି ପୁଲିସ ।

aajtak.intoday.in

ସୂଚନା ମୁତାବକ,  ଅଭିଯୁକ୍ତର ଦୁଇଟି ଝିଅ ଏବଂ ଗୋଟିଏ ପୁଅ । ବଡ଼ ଝିଅ ୭ବର୍ଷର ହୋଇଥିବା ବେଳେ ପୁଅକୁ ୫ବର୍ଷ ଏବଂ ସାନ ଝିଅ ଦେଢ଼ମାସର ହୋଇଥିଲା । ଶୁକ୍ରବାର ରାତି ୧ଟାରୁ ୧ଟା ୩୦ମିନିଟ୍‌ ମଧ୍ୟରେ ଅଭିଯୁକ୍ତ ପରିବାରର ସମସ୍ତଙ୍କୁ ହତ୍ୟା କରିଥିଲା । ଚିଠିରେ ସେ ହତ୍ୟା କରିଥିବା ନେଇ ସ୍ୱୀକାର କରିଥିବା ବେଳେ ହତ୍ୟା ପଛର କାରଣ ଲେଖି ନଥିବା କହିଛି ପୁଲିସ ।

ସମ୍ବନ୍ଧିତ ଖବର