ଫେସ୍‌ବୁକ୍‌ ଲାଇଭ୍‌ କରି ଆତ୍ମହତ୍ୟା କଲେ ଯୁବକ, ଶେଷ ମେସେଜ ଥିଲା ମୁଁ ହାରିଗଲି

ନୂଆଦିଲ୍ଲୀ : ଦିଲ୍ଲୀ ମେଟ୍ରୋରେ କାମ କରୁଥିବା ଜଣେ ୨୭ବର୍ଷୀୟ ଯୁବକ ଆତ୍ମହତ୍ୟା କରିଥିବା ଜଣା ପଡ଼ିଛି । ଫେସ୍‌ବୁକ୍‌ ଲାଇଭ୍‌ କରି ଶୁଭଙ୍କର ଚକ୍ରବର୍ତ୍ତି ନାମକ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି । ଆତ୍ମହତ୍ୟା ପୂର୍ବରୁ ତାଙ୍କର ଶେଷ କଥା ଥିଲା ମୁଁ ହାରିଗଲି । ତେବେ ଭିଡିଓ ଦେଖି ଶୁଭଙ୍କରଙ୍କ ଜଣେ ବନ୍ଧୁ ପୁଲିସକୁ ସୂଚନା ଦେବା ପରେ ପୁଲିସ ଶୁଭଙ୍କର ରହୁଥିବା ଘରେ ପହଞ୍ଚିଥିଲା । ଘରର କବାଟ ଭାଙ୍ଗି ପୁଲିସ ଭିତରକୁ ଯିବା ପରେ ଶୁଭଙ୍କରଙ୍କ ମୃତ୍ୟୁ ହୋଇ ସାରିଥିଲା ।

Related image
forensicoutreach.com

ତେବେ ଘରର ଛାନଭିନ ହେବା ପରେ କୌଣସି ସୁଇସାଇଡ୍‌ ନୋଟ୍‌ ପୁଲିସକୁ ମିଳି ନାହିଁ । କେଉଁ କାରଣ ପାଇଁ ସେ ଏଭଳି ପଦକ୍ଷେପ ନେଇଥିଲେ, ତାହା ସ୍ପଷ୍ଟ ହୋଇପାରି ନାହିଁ । ପୁଲିସ ଶୁଭଙ୍କରଙ୍କ ପରିବାରକୁ ସୂଚନା ଦେବା ପରେ ସେମାନେ ଆସି ଦିଲ୍ଲୀରେ ପହଞ୍ଚିଥିଲେ । ଏବେ ଶବକୁ ଶବଗୃହ ପଠାଇ ଦିଆ ଯାଇଥିବା ବେଳେ ଶୁଭଙ୍କର ଘରର ଏକମାତ୍ର ପୁଅ ଥିଲେ ବୋଲି ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର