ଦିଲ୍ଲୀ: ପୁଲିସ୍‌ଙ୍କ କାର୍ଯ୍ୟହୀନତାରୁ ଜଣେ ଯୁବକ ମୃତ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ନେତାଜୀ ସୁବାଷ ଚନ୍ଦ୍ର ରାଜରାସ୍ତାରେ ଘଟିଛି ଏକ ଅଭାବନୀୟ ଘଟଣା । ପୁଲିସ କର୍ମଚାରୀଙ୍କ ଦ୍ୱାରା ରାସ୍ତାରେ ରଖାଯାଇଥିବା ୪ଟି ବ୍ୟାରିକେଟକୁ ଯୋଡ଼ି ରଖିବା ପାଇଁ ଏକ ରସି ବନ୍ଧା ଯାଇଥିଲା। ଅଭିଷେକ ନାମକ ଜଣେ ଯୁବକ ସେହି ରାସ୍ତା ଦେଇ ଅତିକ୍ରମ କରୁଥିବା ବେଳେ ତାଙ୍କୁ ସେହି ରସି ଦେଖାଯାଇ ନଥିଲା । ଫଳରେ ସେହି ରସିରେ ଫସିଯାଇ ତାଙ୍କର ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି। ଏହି ଘଟଣା, ଦିଲ୍ଲୀ ପୁଲିସର ଦାୟିତ୍ୱହୀନତାର ପ୍ରମାଣ ଦେଉଛି ବୋଲି ଏବେ ସବୁ ମହଲରୁ ଅଭିଯୋଗ ହେଉଛି।

ଘଟଣା ଅନୁଯାୟୀ, ଦିଲ୍ଲୀ ପୁଲିସ ଦ୍ୱାରା ନେତାଜୀ ସୁବାଷ ଚନ୍ଦ୍ର ରାଜରାସ୍ତାରେ ୪ଟି ବ୍ୟାରିକେଟକୁ ବାନ୍ଧି ରଖିବା ପାଇଁ ଏକ ରସି ବନ୍ଧା ଯାଇଥିଲା । ଏହି ସମୟରେ ସେହି ରାସ୍ତା ଦେଇ ନିଜ ବାଇକ୍‌ରେ ଯାତ୍ରା କରୁଥିଲେ ଅଭିଷେକ । ତାଙ୍କୁ ରାସ୍ତା ମଝିରେ ଥିବା ରସି ଦେଖାଯାଇ ନ ଥିଲା । ଫଳରେ ସେହି ରସିରେ ଛନ୍ଦିହୋଇ ତଳେ ବଡ଼ି ଯାଇଥିଲେ। ତାଙ୍କର ବେକ ରସିରେ ଗୁଡ଼େଇ ହୋଇ ଯାଇଥିଲା। ଫଳରେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା । ଏହି ସଂପୂର୍ଣ୍ଣ ଘଟଣାଟି ରାସ୍ତାରେ ଲାଗିଥିବା ସିସିଟିଭି କ୍ୟାମେରାରେ ରେକର୍ଡ଼ିଂ ହୋଇଛି। ଏଥିରେ ରସିରେ ଛନ୍ଦି ହେବା ପରେ ଅଭିଷେକଙ୍କ ବାଇକ୍‌ ଆଗ ଯାଇ ରୋଡ୍‌ ଡ଼ିଭାଇଡ଼ରରେ ବାଡ଼େଇ ହୋଇଥିବା ବେଳେ ସେ ପଛରେ ପଡ଼ିଯାଇଥିଲେ । ଘଟଣାଟି ସମସ୍ତଙ୍କ ସମ୍ନାକୁ ଆସିବା ପରେ ନେତାଜୀ ସୁବାଷ ଚନ୍ଦ୍ର ଅଞ୍ଚଳର ପୁଳିସ କର୍ମଚାରୀ ଅରବିନ୍ଦଙ୍କ ସହ ଥାନାର ୪ ଜଣ କନଷ୍ଟେବଲଙ୍କୁ ବରଖାସ୍ତ କରାଯାଇଛି।

ସମ୍ବନ୍ଧିତ ଖବର