ମୋବାଇଲ୍‌ ଫୋନ ଠିକ୍‌ କରିବା ପାଇଁ ସର୍ଭିସ ସେଣ୍ଟରରେ ଦେଇଥିବା ବେଳେ ଆକାଉଣ୍ଟରୁ ଚାଲିଗଲା ୯୦ହଜାର ଟଙ୍କା, ଜାଣନ୍ତୁ କେମିତି ଘଟିଥିଲା ଏହି ଘଟଣା?

ନୂଆଦିଲ୍ଲୀ : ଯଦି ଆପଣ ନିଜ ମୋବାଇଲ ଫୋନ ଠିକ୍‌ କରିବାକୁ ଦେବା ସମୟରେ ନିଜ ଫୋନରୁ ଇ-ଓ୍ଵଲେଟ୍‌ ଆପ୍‌କୁ ନ ହଟାଉଛନ୍ତି ତେବେ ଆପଣଙ୍କୁ ପରବର୍ତ୍ତୀ ମୂହୁର୍ତ୍ତରେ ଏହାର ପରିଣାମ ଭୋଗିବାକୁ ପଡ଼ିପାରେ । ଦିଲ୍ଲୀରେ ଜଣେ ଯୁବକଙ୍କ ସହ ଏପରି ଘଟିଥିବା ଜଣାପଡ଼ିଛି । ଫୋନ ଠିକ୍‌ କରିବା ପାଇଁ ଯୁବକ ଜଣକ ସର୍ଭିସ ସେଣ୍ଟରକୁ ଦେବାର କିଛି ସମୟ ପରେ ତାଙ୍କ ପେଟିଏମ୍‌ ଆକାଉଣ୍ଟରୁ ୯୦ହଜାର ଟଙ୍କା ଗାଏବ ହୋଇ ଯିବା ଘଟଣା ଏବେ ସେ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଦିଲ୍ଲୀରେ ରହୁଥିବା ୟୁସୁଫ୍‌ କରୀମ୍‌ଙ୍କ ଦ୍ୱାରା ଏହି ଭୁଲ ହୋଇଥିବା ଜଣା ପଡ଼ିଛି । ଫୋନ ଠିକ୍‌ କରିବାକୁ ଦେବା ସମୟରେ ସେ ତାଙ୍କ ଇ-ଓ୍ଵଲେଟ୍‌ ଆପ୍‌ ପେଟିଏମ୍‌କୁ ଫୋନରୁ ନ ହଟାଇଥିବାରୁ ତାଙ୍କୁ ଆଜି ଏଭଳି ପରିସ୍ଥିତିର ସାମ୍ନା କରିବାକୁ ପଡ଼ିଥିବା ସେ କହିଛନ୍ତି ।

oneindia.com

ସୂଚନା ମୁତାବକ, ଫୋନରେ କିଛି ସମସ୍ୟା ଆସିବାରୁ ୟୁସୁଫ୍‌ ମଙ୍ଗଳବାର ଓଖଲା ଫେଜ୍‌-୨ରେ ଥିବା ମୋବାଇଲ କମ୍ପାନିର ସର୍ଭିସ ସେଣ୍ଟରରେ ଦେଇଥିଲେ । ଏହା ପରେ ସଙ୍ଗେ ସଙ୍ଗେ ତାଙ୍କୁ ତାଙ୍କ ଫୋନ ଠିକ୍‌ କରି ଦେଇ ଦିଆଯାଇଥିଲା । ଘରକୁ ଆସିବା ପରେ ସିମ୍‌ ଠିକ୍‌ ଭାବରେ ନ ପଡ଼ି ପାରିବାରୁ ୟୁସୁଫ୍‌ ନିଜ ଫୋନ ନେଇ ସର୍ଭିସ ସେଣ୍ଟରରେ ପହଞ୍ଚିଥିଲେ । ସେଠାରେ କିଛି ସମୟ ରହି ଫୋନ ଠିକ୍‌ କରାଇ ଘରକୁ ଫେରିବା ପରେ ସଂନ୍ଧ୍ୟା ସମୟରେ ତାଙ୍କ ପାଖକୁ ପେଟିଏମ୍‌ ତରଫରୁ ଏକ ମେସେଜ ଆସିଥିଲା । ସେଥିରୁ ଜଣାପଡ଼ିଲା କେହି ଜଣେ ତାଙ୍କ ପେଟିଏମ୍‌ ଆକାଉଣ୍ଟରେ ଲଗ୍‌ ଇନ୍‌ କରିବା ସହ ତାଙ୍କ ପେଟିଏମ୍‌ ଆକାଉଣ୍ଟର ଇ-ମେଲ ବଦଳାଇ ୯୦ହଜାର ଟଙ୍କା କାଢ଼ି ନେଇଛି । ଏ ନେଇ ୟୁସୁଫ୍‌ ସର୍ଭିସ ସେଣ୍ଟରର ଇଞ୍ଜିନିୟରଙ୍କ ଉପରେ ସନ୍ଦେହ ହେବାରୁ ପୁଲିସରେ ଅଭିଯୋଗ କରିଥିବା ଜଣାପଡ଼ିଛି ।

ସମ୍ବନ୍ଧିତ ଖବର