ନାବାଳିକା ଝିଆରୀକୁ ମଦ ପିଆଇ ନିଜ ପ୍ରେମିକ ଦ୍ୱାରା ବଳପୂର୍ବକ ଦୁଷ୍କର୍ମ କରାଇଲା ଖୁଡି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି।  ଜଣେ ମହିଳା ନିଜର ନାବାଳିକା ସଂପର୍କୀୟ ଝିଆରୀକୁ ଜୋରଜବରଦସ୍ତ ମଦପିଆଇ ନିଜର ପ୍ରେମିକ ଦ୍ୱାରା ଦୁଷ୍କର୍ମ କରାଇଛି।

ପୁଲିସ ସୂତ୍ରରୁ ପ୍ରକାଶ, ଏହି ମାମଲା ଗତ ଏପ୍ରିଲ ୨୨ ତାରିଖ ଦିନ ରାତିରେ ଘଟିଛି। ନାବାଳିକାକୁ ଝିଆରୀକୁ ଖୁଡ଼ି ଫସୁଲାଇ ଏକ ନିଛାଟିଆ ସ୍ଥାନକୁ ନେଇଯାଇଥିଲେ। ସେଠାରେ ଝିଆରୀକୁ ମଦ ପିଆଇ ନିଜ ପ୍ରେମିକ ପାଖରେ ଛାଡ଼ି ଚାଲିଥିଲା। ସେଠାରେ ଉକ୍ତ ଯୁବକ ୧୩ବର୍ଷର ଝିଅ ସହିତ ଦୁଷ୍କର୍ମ କରିଥିଲା। ଏହି ମାମଲା ସେତେବେଳେ ସାମ୍ନାକୁ ଆସିଲା ଯେତେବେଳ ପୀଡିତାର ପିତା ଝିଅର ଶରୀରରୁ ରକ୍ତ ବାହାରୁ ଥିବା ଦେଖିବାକୁ ପାଇଥିଲେ। ସଙ୍ଗେସଙ୍ଗେ ସେ  ବାବା ସାହେବ ଆମ୍ବେଦକର ହସପିଟାଲରେ ଚିକିତ୍ସା ପାଇଁ ଝିଅକୁ ଭର୍ତ୍ତି କରାଇଥିଲେ। ସେଠାରେ ଡାକ୍ତର ଝିଅ ସହିତ ଦୁଷ୍କର୍ମ ହୋଇଛି ବୋଲି କହିଥିଲେ। ଝିଅକୁ ୨୪ଘଣ୍ଟା ହସ୍‌ପିଟାଲରେ ରଖି ଚିକିତ୍ସା କରିବା ପରେ ଏବେ ତାର ଶରୀରାବସ୍ଥା ସୁସ୍ଥ ଅଛି ବୋଲି ଡାକ୍ତର ସୂଚନା ଦେଇଛନ୍ତି।

ଏହି ଦୁଷ୍କର୍ମ ଘଟଣାରେ ସାମିଲ ଥିବା ୩୦ବର୍ଷୀୟ ମହିଳାଙ୍କୁ ପୁଲିସ ଗିରଫ କରିଛି। ଦୁଷ୍କର୍ମକାରୀ ମୁକେଶକୁ ଗିରଫ କରିବା ପାଇଁ ଅନୁସନ୍ଧାନ ଜାରି ରହିଛି।

ମାମଲା ଯାଞ୍ଚ କରି ପୁଲିସ ଜାଣିବାକୁ ପାଇଛି, ପୀଡିତାର ମା’ ନାହିଁ। ସେ ନିଜ ପିତା ସହିତ ଦିଲ୍ଲୀର ଶାହିବାବାଦରେ ବସବାସ କରେ। ପୀଡିତାର ଖୁଡି ତାଙ୍କ ଘର ପାଖରେ ରହୁଥିଲେ ଓ ଝିଅର ଯତ୍ନ ନେଉଥିଲେ। ଏହି ମହିଳାଙ୍କ ମୁକେଶ ନାମ ଯୁବକଙ୍କ ସହିତ ଅବୈଧ ସମ୍ପର୍କ ଥିଲା।

ଉଲ୍ଲେଖଯୋଗ୍ୟ, ତେବେ ଗତ ଶନିବାର ପ୍ରଧାନମନ୍ତ୍ରୀଙ୍କ ବାସଭବନେରେ ଆୟୋଜିତ କ୍ୟାବିନେଟ ବୈଠକରେ ୧୨ବର୍ଷରୁ କମ୍‌ ନାବାଳିକା ଦୁଷ୍କର୍ମକାରୀକୁ ଫାଶୀ ଦଣ୍ଡ ମିଳିବ ବୋଲି ନିଷ୍ପତ୍ତି ନିଆଯାଇଥିଲା। କାଠୁଆ, ସୁରାଟ, ଇନ୍ଦୋର, ନାବାଳିକା ଦୁଷ୍କର୍ମ ଘଟଣାକୁ ନେଇ ଦେଶବ୍ୟାପି କଡା ପ୍ରତିକ୍ରିୟା ପ୍ରକାଶ ପାଇବା ଥିଲା। ତେବେ ସରକାର ଏହାକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଥିଲେ। ଏହାପରେ ସରକାର ପୋକ୍ସୋ ଓ ଶିଶୁ ଯୌନଶୋଷଣ ନିରାକରଣ ଆଇନରେ ସଂଶୋଧନ ପାଇଁ ଆଧ୍ୟାଦେଶ ଜାରି କରିଛନ୍ତି। ସରକାରଙ୍କ ଦ୍ୱାରା ଅଧ୍ୟାଦେଶ ଜାରି ହେବା ସତ୍ତ୍ୱେ ବି ନାବାଳିକା ଦୁଷ୍କର୍ମ ମାମଲା ଥମିବାର ନାମ ନେଉନାହିଁ।

ସମ୍ବନ୍ଧିତ ଖବର