ସେକ୍ସ ର‍୍ୟାକେଟ ପର୍ଦ୍ଦାଫାସ ପରେ ସାମ୍ନାକୁ ଆସିଲା ସାଂଘାତିକ ସତ !

ମାତ୍ର ୪୦ହଜାର ଟଙ୍କାରେ ଝିଅକୁ ଦେହ ଦଲାଲ୍‌ ହାତରେ ଟେକି ଦେଇଥିଲେ ମା’

ନୂଆଦିଲ୍ଲୀ : ମନାଲିରେ ଚାଲିଥିବା ଏକ ସେକ୍ସ ର‍୍ୟାକେଟ ଉପରୁ ପରଦା ଉଠିବା ପରେ ସେଠାରୁ ଦିଲ୍ଲୀର ଜଣେ ୧୬ ବର୍ଷର ନାବାଳିକାଙ୍କୁ ଉଦ୍ଧାର କରାଯାଇଥିଲା। ଅତ୍ୟନ୍ତ ପରିତାପର ବିଷୟ ହେଲା, ଏହି ୧୬ ବର୍ଷର ନାବାଳିକାଙ୍କୁ ଅନ୍ୟ କେହି ନୁହେଁ, ତାଙ୍କର ନିଜ ମା’ ହିଁ ଦେହ ବ୍ୟବସାୟରେ ସାମିଲ୍‌ କରାଇଥିଲେ । ସୂଚନା ମୁତାବକ, କିଛି ମାସ ପୂର୍ବେ ତାଙ୍କ ମା’ ମାତ୍ର ୪୦ ହଜାର ଟଙ୍କା ବଦଳରେ ନିଜର ୧୬ ବର୍ଷର ନାବାଳିକା ଝିଅକୁ ଏକ ଦଲାଲ୍‌ର ହାତରେ ବିକ୍ରି କରିଦେଇଥିଲେ ।

IndiaTomorrow.net

ପୁଲିସ ସୂଚନା ମୁତାବକ , କିଛି ମାସ ପୂର୍ବେ ୧୬ବର୍ଷର ନାବାଳିକାଙ୍କୁ ତାଙ୍କ ନିଜ ମା’ ଦିଲ୍ଲୀର ଜଣେ ଦେହ ଦଲାଲଙ୍କୁ ୪୦ ହଜାର ଟଙ୍କାରେ ବିକ୍ରି କରିଦେଇଥିଲେ। ଏହାର କିଛି ଦିନ ପରେ ଦଲାଲ ନାବାଳିକାଙ୍କୁ ମନାଲିକୁ ନେଇଥିଲେ । ଶନିବାର ଦିନ ତାଙ୍କ ପାଇଁ ଗ୍ରାହକ ଠିକ କରିବା ସହ ଉକ୍ତ ଗ୍ରାହକ ତାଙ୍କ ପାଖକୁ ଆସିବା ବେଳେ ନାବାଳିକା ସେଠାରୁ ଖସି ପଳାଇ ଆସିଥିଲେ । ସେଠାରୁ ଖସି ସେ ଏକ ଡ଼ାକ୍ତରଖାନାରେ ପହଞ୍ଚିଥିଲେ । ଡ଼ାକ୍ତରଖାନାଠାରେ ଜଣେ ବ୍ୟକ୍ତି ତାଙ୍କୁ ସାହାଯ୍ୟ କରିବା ସହ ହେଲ୍ପଲାଇନ ୧୦୯୮କୁ ଫୋନ କରିଥିଲେ । ପରେ ରବିବାର ଦିନ ଘଟଣାକୁ ନେଇ ସ୍ଥାନୀୟ ପୁଲିସରେ ଏକ ମାମଲା ରୁଜୁ କରାଯିବା ସହ ଦଲାଲ୍‌ ଓ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।
ନାବାଳିକାଙ୍କ ବୟାନ ଅନୁଯାୟୀ, ତାଙ୍କ ଭଳି ଅନେକ ନାବାଳିକାଙ୍କୁ ଏହି ଦଲାଲ ଆଣି ମନ୍ଦ କାର୍ଯ୍ୟରେ ନିୟୋଜିତ କରାଯାଉଛି। ଏହି ଗ୍ୟାଙ୍ଗର ସଦସ୍ୟ କେବଳ ଦିଲ୍ଲୀ ଏବଂ ମନାଲି ନୁହଁ ବରଂ ଦେଶର ଅନେକ ସ୍ଥାନରେ ରହିଛନ୍ତି।

ସମ୍ବନ୍ଧିତ ଖବର