ଦିଲ୍ଲୀରେ ଅଟୋ ଚାଳକଙ୍କୁ ପୁଲିସ୍‌ ବାଡ଼ଉଥିବା ବେଳର ଭିଡିଓ ଭାଇରାଲ୍‌, ଘଟଣାକୁ ନିନ୍ଦା କରି ତଦନ୍ତ ଦାବି କଲେ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ଵାଲ୍‌

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଳୀଠାରେ ଜଣେ ଅଟୋ ଚାଳକ ଓ ତାଙ୍କ ପୁଅକୁ ଜଣେ ପୁଲିସ୍‌ ମାଡ଼ ମାରିଥିବା ଘଟଣାକୁ ନିନ୍ଦା କରିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ୍‌। ଅଭିଯୁକ୍ତ ପୁଲିସ୍‌ଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ସେ ପ୍ରତିଶ୍ରୁତି ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ କେଜ୍ରିଓ୍ଵାଲ୍‌ ଟ୍ଵିଟ୍‌ କରି ଲେଖିଛନ୍ତି, ‘ମୁଖାର୍ଜୀ ନଗରରେ ଦିଲ୍ଲୀ ପୁଲିସ୍‌ କରିଥିବା ବର୍ବରତା ନିନ୍ଦାଜନକ। ମୁଁ ଏହି ପୂରା ଘଟଣାର ତଦନ୍ତ ସହ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଦାବି କରୁଛି।’

ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ ଦିଲ୍ଲୀର ମୁଖାର୍ଜୀ ନଗରରେ ଦଳେ ପୁଲିସ୍‌ କର୍ମୀ ମିଶି ଜଣେ ଅଟୋ ଚାଳକକୁ ଲାଠିରେ ବାଡ଼େଇ ଚାଲିଛନ୍ତି।

ଏହି ଘଟଣାରେ ଏଯାବତ୍‌ ୩ ଜଣ ପୁଲିସ୍‌ ନିଲମ୍ବିତ ହୋଇ ସାରିଲେଣି। ଅନ୍ୟପକ୍ଷରେ ଅଟୋ ଚାଳକ ଓ ତାଙ୍କ ପୁଅ ମିଶି ଛୁରୀ ଦେଖାଇ ପୁଲିସ୍‌ କର୍ମୀମାନଙ୍କୁ ଧମକ ଦେଇଥିବା ଅଭିଯୋଗ ହୋଇଛି।

ସମ୍ବନ୍ଧିତ ଖବର