କୋଠିକୁ ମୁଜ୍‌ରା ଦେଖିବାକୁ ଯାଇଥିବା ଦୁଇ ଭାଇଙ୍କୁ ମାଡ଼ ମାରି ଟଙ୍କା ଲୁଟି ନେଲେ ଯୁବତୀ

ନୂଆଦିଲ୍ଲୀ : ଦିଲ୍ଲୀର ଜିବି ରୋଡ଼୍‍କୁ ଦୁଇ ଭାଇ ମୁଜ୍‌ରା ଦେଖିବାକୁ ଯାଇଥିବା ବେଳେ ଲୁଟ୍‌ ଶିକାର ହୋଇଥିବା ଖବର ସାମ୍ନାକୁ ଆସିଛି । ଜଣେ ଯୁବକ ଦୁଇ ଭାଇଙ୍କୁ ମୁଜ୍‌ରା ଦେଖାଇବା ପରେ କୋଠିକୁ ନେବା ସହ ସେଠାରେ ଥିବା ଜଣେ ଯୁବତୀଙ୍କ ସାହାଯ୍ୟରେ ଦୁଇ ଭାଇଙ୍କ ପାଖରେ ଥିବା ଟଙ୍କା ଲୁଟି ନେଇଥିଲଶ । ଏହି ଘଟଣା ଘଟିବା ପରେ ଦୁଇ ଭାଇ ପୁଲିସରେ ଅଭିଯୋଗ କରିବା ପରେ ପୁଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ତାଙ୍କଠାରୁ ଚୋରି କରାଯାଇଥିବା ଜିନିଷକୁ ଜବତ କରିଥିଲା ।

DNA India

ସୂଚନା ମୁତାବକ, ଝାର୍‌ଖଣ୍ଡରେ ରହୁଥିବା ଦୁଇ ଭାଇ ଦିଲ୍ଲୀରେ ରୋଷେଇଆ ଭାବରେ କାମ କରୁଥିଲେ । ଦୁଇ ଭାଇ ସକାଳ ୫ଟା ସମୟରେ ପୁରୁଣା ଦିଲ୍ଲୀ ଷ୍ଟେସନରୁ ବାହାରି ଜିବି ରୋଡ଼ ଦେଇ ନୂଆଦିଲ୍ଲୀ ଷ୍ଟେସନ ଆଡ଼କୁ ଯାଉଥିଲେ । ଏହି ସମୟରେ ତାଙ୍କୁ ଜଣେ ଯୁବକ ଅଟକାଇ ଦେଇଥିଲେ । ଉପରେ କୋଠା ନମ୍ବର ୫୪ରେ ମୁଜ୍‌ରା ଚାଲିଥିବା କହି ଦୁଇ ଭାଇଙ୍କୁ ଲୋଭ ଦେଖାଇ ଉପରକୁ ନେଇ ଯାଇଥିଲେ ଅଭିଯୁକ୍ତ ଯୁବକ । କୋଠାର ଦ୍ୱିତୀୟ ମହଲାରେ ପହଞ୍ଚିବା ପରେ ଅଭିଯୁକ୍ତ ଯୁବକ ଦୁଇ ଭାଇଙ୍କୁ ଏକ ଘରକୁ ନେଇ ଯାଇଥିଲା । ଯେଉଁଠାରେ ଜଣେ ଯୁବତୀ ଆଗରୁ ବସି ରହିଥିଲେ । ଏହା ପରେ ମୁଜ୍‌ରା ଦେଖାଇବା ବାହାନାରେ ଯୁବତୀ ଘରର କବାଟ ବନ୍ଦ କରି ଦେଇଥିଲେ । ପରେ ଅଭିଯୁକ୍ତ ଯୁବକ ଏବଂ ଯୁବତୀ ମିଶି ଦୁଇ ଭାଇଙ୍କୁ ମାଡ଼ ମାରିବା ସହ ଦୁହିଁଙ୍କ ପାଖରେ ଥିବା ୧୩ହଜାର ଟଙ୍କା ଏବଂ ଆଧାର କାର୍ଡ଼ ରଖି ନେଇଥିଲେ । ସବୁ ଲୁଟିବା ପରେ ଘର ବାହାରକୁ ଧକା ଦେଇ ବାହାର କରି ଦେଇଥିଲେ ଅଭିଯୁକ୍ତ ଯୁବତୀ । ଏଭଳି ଏକ ଘଟଣାର ଶିକାର ହେବା ପରେ ଦୁଇ ଭାଇ ତୁରନ୍ତ ପୁଲିସରେ ଅଭିଯୋଗ କରିଥିଲେ । ପୁଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ।

ସମ୍ବନ୍ଧିତ ଖବର