ସ୍ୱାମୀ ମଦୁଆ ହେବା ସହ ଘରର ଆର୍ଥିକ ସ୍ଥିତି ଭଲ ନଥିବାରୁ ୩ଦିନର ଶିଶୁକୁ ୧.୨୫ ଲକ୍ଷରେ ବିକିଲା ମା’, ତା’ ପରେ…

ନୂଆଦିଲ୍ଲୀ: ଦିଲ୍ଲୀରେ ରହୁଥିବା ଜନୈକା ମହିଳା ନିଜ ଶିଶୁକୁ ଜନ୍ମ ଦେବାର ୩ଦିନ ପରେ ତାକୁ ଅନ୍ୟକୁ ବିକି ଦେବା ଘଟଣାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଏହି ଘଟଣାଟି ନଭେମ୍ବର ମାସରେ ଘଟିଥିବା ବେଳେ ଏବେ ତାହା ପଡ଼ୋଶୀଙ୍କ ସହାୟତାରେ ସାମ୍ନାକୁ ଆସିଛି । ଘଟଣା ଘଟିବାର ତୁରନ୍ତ ପରେ ପଡ଼ୋଶୀ ସ୍ଥାନୀୟ ପୁଲିସକୁ ଖବର ଦେଇଥିଲେ ମଧ୍ୟ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିଲେ । ଯାହା ପରେ ପଡ଼ୋଶୀ ଦିଲ୍ଲୀ ମହିଳା ଆୟୋଗଙ୍କୁ ଏ ନେଇ ଖବର ଦେବା ପରେ ଘଟଣାକୁ ନେଇ ଖୋଳତାଡ଼ ଆରମ୍ଭ ହୋଇଥିଲା ।

Romper

ଖୋଳତାଡ଼ ହେବା ପରେ ମହିଳା ଆୟାଗର ସଦସ୍ୟା ଶିଶୁକୁ ବିକ୍ରି କରିଥିବା ମା’ ପାଖରେ ପହଞ୍ଚି ଏଭଳି କରିବା ପଛର କାରଣ ପଚାରିଥିଲେ । ସ୍ୱାମୀ ସବୁ ବେଳେ ମଦ ପିଇ ବୁଲିବା ସହ ଘରର ଆର୍ଥିକ ଅବସ୍ଥା ଠିକ୍‌ ନଥିଲା । ସେଥି ପାଇଁ ମୁଁ ଫର୍ଟିଲିଟି କ୍ଲିନିକ୍‌ରେ କାମ କରୁଥିବା ଜଣେ ମହିଳାଙ୍କୁ ୧.୨୫ଲକ୍ଷ ଟଙ୍କାରେ ବିକ୍ରି କରିଥିଲି ବୋଲି କହିଥିଲେ ଶିଶୁର ମା’ । ଏହା ଜାଣି ମହିଳା ଆୟୋଗର ସଦସ୍ୟା ଶିଶଟିକୁ କିଣିଥିବା ମହିଳାଙ୍କ ପାଖରେ ପହଞ୍ଚିଥିଲେ । ସେଠାରେ ପହଞ୍ଚି ଶିଶୁଟି କୁଆଡ଼େ ଗଲା ବୋଲି ପଚାରିବା ପରେ ମୁଁ ତାକୁ ୫ଲକ୍ଷ ଟଙ୍କାରେ ବିକି ଦେଇଛି ବୋଲି କିଣିଥିବା ମହିଳା ଜଣାଇଥିଲେ । କିନ୍ତୁ ସେ ବିକିଥିବା ଲୋକର ନାଁ ଏବଂ ପ୍ରକୃତ ଠିକଣା ବିଷୟରେ ଜାଣି ନଥିବା କହିଥିଲେ । ଏବେ ଦିଲ୍ଲୀ ପୁଲିସକୁ ନୋଟିସ୍‌ ପଠାଇ ପ୍ରଥମେ କ’ଣ ପାଇଁ ଏ ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିଲେ ବୋଲି କାରଣ ପଚାରିଛି ଦିଲ୍ଲୀ ମହିଳା ଆୟୋଗ ।

ସମ୍ବନ୍ଧିତ ଖବର