ଦିଲ୍ଲୀ :ମହିଳାଙ୍କୁ ଉଠାଇ ନେଇ ଚଳନ୍ତାଗାଡ଼ିରେ ଗଣଦୁଷ୍କର୍ମ

ନୂଆଦିଲ୍ଲୀ: ଦିଲ୍ଲୀରେ ରୋହିଣୀ ଅଞ୍ଚଳରୁ ଜଣେ ୨୯ ବର୍ଷ ବୟସ୍କା ମହିଳାଙ୍କୁ ମଙ୍ଗଳବାର ରାତିରେ ଦୁଇଜଣ ବ୍ୟକ୍ତି ହଉଜ୍‌ଖସ୍‌ ନିକଟରୁ ଉଠାଇନେଇ ନୋଏଡ଼ା ଅଞ୍ଚଳରେ ଗଣ ବଳାତ୍କାର କରିଛନ୍ତି । ଉକ୍ତ ପୀଡ଼ିତା ହଉଜ୍‌ଖସ୍‌ ଥାନାରେ ଅଭିଯୋଗ ଦାଖଲ କରି କହିଛନ୍ତି ଯେ ଗତ ମଙ୍ଗଳବାର ମଧ୍ୟରାତ୍ରରେ ଅନ୍ସଲ୍‌ ପ୍ଲାଜା ନିକଟରେ ସେ ଏକ ଟ୍ୟାକ୍ସି ଅଟକାଇ ରୋହିଣୀକୁ ଯିବାକୁ କହିଥିଲେ। ସେଥିରେ ବସିଥିବା ଅନ୍ୟ ଜଣେ ଯାତ୍ରୀ ଓ ଡ୍ରାଇଭର ଜବରଦସ୍ତ ଟାଣିନେଇ ଗାଡ଼ିରେ ପୂରାଇ ଦେଇଥିଲେ। ଏହାପରେ ଗ୍ରେଟର ନୋଏଡ଼ା ନିକଟରେ ଚଳନ୍ତା ଗାଡ଼ିରେ ବଳତ୍କାର କରିଥିଲେ। ସେମାନେ ତାକୁ ବନ୍ଧୁକ ମୁନରେ ଭୟଭୀତ କରାଇ ତାଙ୍କ ଦେହରୁ ଅଳଙ୍କାର ଓ ୧୨,୦୦୦ ଟଙ୍କା ଲୁଟିବା ସହ ମୋବାଇଲ୍‌ ନେଇଯାଇଥିଲେ। ସେ କେତେକଙ୍କ ସହାୟତାରେ ଭୋର ୫ଟା ସମୟରେ ନିଜ ଘରେ ପହଞ୍ଚି ଖବର ଦେଇଥିଲେ। ପୀଡ଼ିତାଙ୍କ ପରିବାର ତରଫରୁ କୁହାଯାଇଛି, ସେମାନେ ଗଣ ବଳାତ୍କାର ଦୃଶ୍ୟକୁ ସୁଟିଙ୍ଗ୍‌ କରି କହିଥିଲେ ଯେ ପୋଲିସକୁ ଖବର ଦେଲେ ସେମାନେ ଏହି ଅଶ୍ଳୀଳ ଦୃଶ୍ୟକୁ ସୋସିଆଲ୍‌ ମିଡିଆରେ ଛାଡ଼ିଦେବେ ବୋଲି ଧମକ ଦେଇଥିଲେ।

ସମ୍ବନ୍ଧିତ ଖବର