ସାଙ୍ଗକୁ ଆତ୍ମହତ୍ୟା କରିବାରୁ ବଞ୍ଚାଇଲା ସାଙ୍ଗ; କିଛି ଏମିତି ଥିଲା ଆତ୍ମହତ୍ୟାର ଯୋଜନା

ନୂଆଦିଲ୍ଲୀ : ପରୀକ୍ଷା ଫଳକୁ ନେଇ ଆଜିକାଲି ପିଲାମାନେ ନିଜ ଜୀବନ ହାରିବାକୁ ପଛାଉ ନାହାନ୍ତି । ତାହା ଜୀବନର ଶେଷ ବୋଲି ଭାବି ସେମାନେ ନିଜ ଅମୂଲ୍ୟ ଜୀବନର ଅନ୍ତ କରି ଦେଉଛନ୍ତି । ବିଗତ ଅତୀତରେ ଏମିତି ଅନେକ ଘଟଣା ଦେଖିବାକୁ ମିଳିଛି । ଯେଉଁଠି କିଛି ପିଲା କମ ମାର୍କ ବା ପରୀକ୍ଷାରେ ଅସଫଳ ହେବାରୁ ଆତ୍ମହତ୍ୟାକୁ ଉଚିତ୍‌ ବାଟ ବୋଲି ବାଛି ନେଉଛନ୍ତି ।
ସେଇଭଳି ଏକ ଘଟଣା ଘଟିବାକୁ ଯାଉଥିଲା ଦିଲ୍ଲୀରେ । ଦଶମ ପରୀକ୍ଷାରେ ଅସଫଳ ହେବା ପରେ ତୁଷାର ନାମକ ଜଣେ ବାଳକ ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନେଇ ସାରିଥିଲେ । ସକାଳୁ ବାପା ଅଫିସ୍‌ ଯିବା ପରେ ସେ ବଜାରକୁ ଯାଇ କୀଟନାଶକ କିଣିବା ସହ ତାକୁ ପିଇ ଆତ୍ମହତ୍ୟା କରିବ ବୋଲି ଯୋଜନା ପ୍ରସ୍ତୁତ କରି ସାରିଥିଲା ତୁଷାର । ଠିକ୍‌ ଏହି ସମୟରେ ତୁଷାରଙ୍କ ସହପାଠୀ ପରୀକ୍ଷାରେ ସଫଳ ହେବା ଖୁସିରେ ମିଠା ବାଣ୍ଟିବା ପାଇଁ ତାଙ୍କ ଘରେ ଆସି ପହଞ୍ଚିଲା । ଘରର ସମସ୍ତଙ୍କୁ ମିଠା ଦେବା ପରେ ତୁଷାରଙ୍କ ପାଖରେ ଯାଇ ପହଞ୍ଚିଥିଲା ତାଙ୍କ ସାଙ୍ଗ । ମିଠା ଦେବା ପରେ ତୁଷାର ତାଙ୍କୁ ଶୁଭକାମନା ଜଣାଇବା ସହ ଆଗକୁ କ’ଣ କରିବୁ ବୋଲି ପଚାରିଥିଲେ ।

lgl.lt

ତୁଷାରଙ୍କ ଏହି ପ୍ରଶ୍ନର ଉତ୍ତର ରଖି, ସେ କହିଲା, ‘ମୁଁ ଭାବୁଛି ଆଉ ଥରେ ପରୀକ୍ଷା ଦେବି । କାରଣ ମୁଁ ଖାଲି ସଫଳ ହୋଇଛି କିନ୍ତୁ ଭଲ ମାର୍କ ଆସି ନାହିଁ’ । ନିଜ ସାଙ୍ଗଠାରୁ ଏହି ଉତ୍ତର ଶୁଣି ତୁଷାର ପୁଣି ପଚାରିଲା ପୁଣି ପରୀକ୍ଷା ଦେଲେ ତୋର ଗୋଟେ ବର୍ଷ ନଷ୍ଟ ହୋଇଯିବ ନାହିଁ ? ଏହା ଶୁଣି ତୁଷାରଙ୍କ ସାଙ୍ଗ ଉତ୍ତରରେ କହିଲା, ଗୋଟେ ବର୍ଷ ସିନା ନଷ୍ଟ ହେବ କିନ୍ତୁ ଜୀବନ ନୂହେଁ । ନିଜ ସାଙ୍ଗଠାରୁ ଏହି ଉତ୍ତର ଶୁଣି କୀଟନାଶକ କିଣିବା ପାଇଁ ତୁଷାର ଧରିଥିବା ୧୦୦ଟଙ୍କିଆ ନୋଟଟି ତାଙ୍କ ହାତରୁ ଖସି ପଡ଼ିଥିଲା ଏବଂ ସେ ପୁଣି ପରୀକ୍ଷା ଦେବା ପାଇଁ ମନସ୍ଥ କରିଥିଲା ।

ସମ୍ବନ୍ଧିତ ଖବର