ଯୁବତୀଙ୍କୁ ଶାରୀରିକ ସଂପର୍କ ରଖିବାକୁ କହିଲେ ଡିଏସ୍‌ପି! ଅଡ଼ିଓ କ୍ଲିପରେ ରହିଛି ରେକର୍ଡିଂ, ଡିଆଇଜି କରିବେ ତଦନ୍ତ

ପାଟଣା: ବିହାରର ରାଜଧାନୀ ପାଟଣାର ଡିଏସ୍‌ପି ଏସ.ଏ.ହାସମୀ ଜଣେ ଯୁବତୀଙ୍କୁ ଶାରୀରିକ ସଂପର୍କ ରଖିବାକୁ କହି ଅଡୁଅାରେ ପଡ଼ିଛନ୍ତି । ଏହି ଘଟଣା ନେଇ ଯୁବତୀ ଜଣକ ଅଡ଼ିଓ କ୍ଲିପ ସହିତ ଡିଆଇଜିଙ୍କ ନିକଟରେ ଅଭିଯୋଗ ଆଣିଛନ୍ତି। ଯୁବତୀ ଜଣକ କହିଛନ୍ତି, ଏକ ମାମଲାର ଅଭିଯୋଗ ନେଇ ଡିଏସ୍‌ପିଙ୍କ ଦ୍ୱାରସ୍ଥ ହୋଇଥିବା ବେଳେ ତାଙ୍କୁ ଏଭଳି ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିଛି। ସେ କହିଛନ୍ତି, ତାଙ୍କୁ ସାହାଯ୍ୟ କରିବା ପରିବର୍ତ୍ତେ ହାସମୀ ଶାରୀରିକ ସଂପର୍କ ରଖିବାକୁ କହିଥିଲେ । ଅଡ଼ିଓ କ୍ଲିପରେ ସେକ୍ସ ଲାଗି ନିବେଦନ କରୁଥିବା ହାସମୀଙ୍କ ସ୍ୱର ଶୁଣାଯାଉଛି। ଏହି ଘଟଣା ସମ୍ପର୍କିତ ତଥ୍ୟକୁ ଡିଆଇଜିଙ୍କୁ ଦାଖଲ ଦିଆଯାଇଛି। ଏଡିଜି (ମୁଖ୍ୟ କାର୍ଯ୍ୟାଳୟ) ଏସ୍‌.କେ. ସିଙ୍ଘଲ କହିଛନ୍ତି, ଯଦି ଡିଏସ୍‌ପି ହାସମୀ ଦୋଷୀ ସାବ୍ୟସ୍ତ ହୁଅନ୍ତି, ତେବେ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ। ଗତ ଶନିବାର ଠାରୁ ଏହି ଅଡ଼ିଓ କ୍ଲିପକୁ ନେଇ ପାଟଣା ସହରରେ ଜୋରଦାର ଆଲୋଚନା ହେଉଛି।

ଏସ୍‌.କେ. ସିଙ୍ଘଲ କହିଛନ୍ତି, ଅଡିଓ କ୍ଲିପକୁ ଫରେନସିକ ଯାଞ୍ଚ ପାଇଁ ପଠାଯିବ, ଯେଉଁଥିରେ କି ଏହା ଜଣାପଡ଼ିବ ଯେ, ଏହା ହାସମୀଙ୍କ ସ୍ୱର କି ନାହିଁ। ଏହା ବ୍ୟତୀତ ସେଣ୍ଟ୍ରାଲ ରେଞ୍ଜର ଡିଆଇଜି ରାଜେଶ କୁମାର ଏହି ମାମଲାର ଯାଞ୍ଚ କରିବେ। ଏହି ମାମଲାରେ ନିଜେ ଡିଏସ୍‌ପି ହାସମୀ କହିଛନ୍ତି, ଏହା ମିଛ କ୍ଲିପ୍‌। ଯଦି କୌଣସି ଯୁବତୀ ମୋର ଦ୍ୱାରା ଏଭଳି ଘଟଣାର ଶିକାର ହୋଇଛନ୍ତି, ସେ ମୋ ଆଗକୁ ଆସନ୍ତୁ।

ଏହି ଓଡ଼ିଓ କ୍ଲିପ ଆସିବା ପରେ ସ୍ଥାନୀୟ ନ୍ୟୁଜ୍‌ ପୋର୍ଟାଲ ରବିବାର ଏକ ଭିଡିଓ ଦେଖାଇଛି, ଯେଉଁଥିରେ କି ଯୁବତୀଙ୍କୁ ହାସମୀ ଅଡ଼ିଓ କ୍ଲିପ ନଷ୍ଟ କରିବାକୁ ନିବେଦନ କରିଛନ୍ତି। ଆଉ ଏଥି ପାଇଁ କିଛି ନକରିବାକୁ ସେ ଯୁବତୀଙ୍କୁ କହିଛନ୍ତି। ରିପୋର୍ଟ ଅନୁସାରେ ଏକ ମାସ ତଳେ ଯୁବତୀ ଜଣକ ଯେତେବେଳେ ଏକ ଅଭିଯୋଗ ନେଇ ଡିଏସ୍‌ପି ହାସମୀଙ୍କ ନିକଟକୁ ଆସିଥିଲେ, ସେ ଯୁବତୀ ଜଣକୁ କାରରେ ନେଇ କଥାର ଆଳରେ ସେକ୍ସ ନିବେଦନ କରିଥିଲେ।

ସମ୍ବନ୍ଧିତ ଖବର