ଜୟପୁର: ଜଣେ ବିବାହିତା ମହିଳାଙ୍କୁ ତାଙ୍କ ଶାଶୁଘର ଲୋକେ ଘରୁ ବାହାର କରିଦେବା ଘଟଣାକୁ କେନ୍ଦ୍ର କରି ଏବେ ବିବାଦ ଆରମ୍ଭ ହୋଇଛି । ବିବାହକୁ ବର୍ଷେ ପୂରି ନଥିବା ବେଳେ ଶାଶୁଘର ଲୋକେ ବୋହୂକୁ ଘରୁ ବାହାର କରିଦେବା ସହ ଚିହ୍ନିବାକୁ ମଧ୍ୟ ମନା କରି ଦେଇଛନ୍ତି । ଏ ନେଇ ପୁଲିସରେ ଅଭିଯୋଗ ହେବା ପରେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ପୀଡ଼ିତାଙ୍କ ଶାଶୁ-ଶ୍ୱଶୁରଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ ମଧ୍ୟ କୌଣସି ସମାଧାନ ହୋଇ ପାରି ନାହିଁ। ଯାହା ପରେ ପୀଡ଼ିତା ଶାଶୁ-ଶ୍ୱଶୁର ଏବଂ ସ୍ୱାମୀ ବିରୋଧରେ ପୁଲିସ୍ରେ ଏତଲା ଦେଇଥିବା ଜଣା ପଡ଼ିଛି ।
ସୂଚନା ମୁତାବକ, ବିବାହର ଦେଢ଼ ବର୍ଷ ପୂର୍ବରୁ ପୀଡ଼ିତାଙ୍କ ତାଙ୍କ ସ୍ୱାମୀଙ୍କୁ ଫେସ୍ବୁକ୍ ମାଧ୍ୟମରେ ଦେଖିବା ସହ ପ୍ରେମ କରି ବସିଥିଲେ ।
/sambad/media/post_attachments/wp-content/uploads/2018/08/download-1-46-300x168.jpg)
ଦୁଇ ଜଣଙ୍କ ମଧ୍ୟରେ ପ୍ରେମ ସଂପର୍କ ଆରମ୍ଭ ହେବା ପରେ ପରିବାର ଲୋକଙ୍କୁ ଜଣାଇ ଡ଼ିସେମ୍ବର ୯, ୨୦୧୭ରେ ଦୁହେଁ ବିବାହ କରି ନେଇଥିଲେ । କିନ୍ତୁ ବିବାହର ୩ମାସ ପରେ ଶାଶୁ-ଶ୍ୱଶୁର ସେମାନଙ୍କ ଉପରେ ଅତ୍ୟାଚାର କରିବା ଆରମ୍ଭ କରିଥିଲେ । ଯାହା ପରେ ସ୍ୱାମୀ-ସ୍ତ୍ରୀ ବାହାରେ ଯାଇ ରହିବାକୁ ଲାଗିଥିଲେ । ଅଗଷ୍ଟ ୧୮ରେ ପୀଡ଼ିତାଙ୍କ ସ୍ୱାମୀ ହଠାତ୍ ତାଙ୍କୁ ଭଡ଼ା ଘରେ ଛାଡ଼ି ଚାଲି ଆସିଥିବା ବେଳେ ଆଉ ଫେରି ନଥିଲେ । ଯାହାର କାରଣ ଜାଣିବା ପାଇଁ ପୀଡ଼ିତା ଶାଶୁଘରେ ପହଞ୍ଚିବା ପରେ ତାଙ୍କୁ ଘର ଭିତରକୁ ଯିବାକୁ ଦେଇ ନଥିଲେ ଶାଶୁ-ଶ୍ୱଶୁର । ଏହା ସହ ତାଙ୍କୁ ଚିହ୍ନିବାକୁ ମଧ୍ୟ ଶାଶୁ-ଶ୍ୱଶୁର ମନା କରି ଦେଇଥିଲେ ।