ଗର୍ଭବତୀ ହେବାର ୯ମାସ ପରେ ପେଟରେ ଯନ୍ତ୍ରଣା ହେବାରୁ ମହିଳାଙ୍କୁ ଡ଼ାକ୍ତରଖାନା ନିଆଗଲା, ଅବସ୍ଥା ଦେଖି ଡାକ୍ତର ତୁରନ୍ତ ଅସ୍ତ୍ରୋପଚାର କରିବା ପାଇଁ କହିଲେ, କିନ୍ତୁ…

ଔରଙ୍ଗାବାଦ୍‌ : ଔରଙ୍ଗବାଦ୍‌ରେ ଘଟିଥିବା ଘଟଣା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ବୋହୂ ଗର୍ଭବତୀ ଥିବା ଜାଣି ପରିବାରରେ ଖୁସି ଆସିଥିବା ବେଳେ ସମସ୍ତେ ପ୍ରସବ ସମୟକୁ ଅପେକ୍ଷା କରି ରହିଥିଲେ । ୯ ମାସ ଗର୍ଭବତୀ ହୋଇଥିବା ବେଳେ ପେଟରେ ଯନ୍ତ୍ରଣା ହେବାରୁ ମହିଳାଙ୍କୁ ଡ଼ାକ୍ତରଖାନା ନିଆଯାଇଥିଲା । ମହିଳାଙ୍କ ପେଟ ବିନ୍ଧା ବଢ଼ି ଯାଇଥିବା ଦେଖି ଡ଼ାକ୍ତର ତୁରନ୍ତ ଅସ୍ତ୍ରୋପଚାର କରିବାକୁ କହିଲେ । କିନ୍ତୁ ଅସ୍ତ୍ରୋପଚାର ପରେ ମହିଳା ଗର୍ଭବତୀ ନୁହନ୍ତି ବରଂ ପେଟ ଗ୍ୟାସ ହୋଇଥିବାରୁ ପେଟରେ ଯନ୍ତ୍ରଣା ହେଉଥିବା କହିଲେ ଡ଼ାକ୍ତର । ଯାହାକୁ ଶୁଣି ମହିଳାଙ୍କ ପରିବାର ଲୋକେ ହତବାକ୍‌ ହୋଇ ଯାଇଥିଲେ । ଏହା କିପରି ସମ୍ଭବ ବୋଲି ଭାବି ସେମାନେ ଆଶ୍ଚର୍ଯ୍ୟ ହୋଇଛନ୍ତି ।

ସୂଚନା ମୁତାବକ, ଗର୍ଭବତୀ ଥିବାରୁ ପୀଡ଼ିତା ନିଜ ବାପ ଘରେ ଆସି ରହୁଥିଲେ । ଏହା ମଧ୍ୟରେ ତାଙ୍କର ଅଲଟ୍ରାସାଉଣ୍ଡ ମଧ୍ୟ କରାଯାଇଥିଲା । ଏହା ପରେ ତାଙ୍କ ଗର୍ଭବତୀ ଥିବା ସମୟରେ ସମସ୍ତଙ୍କ ଚିକିତ୍ସା ଏବଂ ଔଷଧ ଖାଇବାକୁ ଦିଆଯାଇଥିଲା । ହଠାତ୍‌ ପେଟରେ ଯନ୍ତ୍ରଣା ହେବା ସହ ରକ୍ତସ୍ରାବ ହେବାରୁ ମହିଳାଙ୍କୁ ଘରୋଇ ଡ଼ାକ୍ତରଖାନା ନିଆଯାଇଥିଲା । ଯାହା ପରେ ଡ଼ାକ୍ତର ଅସ୍ତ୍ରୋପଚାର କରି ପିଲା ବାହାର କରିବା କଥା କହିଥିଲେ । କୌଣସି ରିପୋର୍ଟ ନ ଦେଖି ଡ଼ାକ୍ତର ଅସ୍ତ୍ରୋପଚାର ଆରମ୍ଭ କରିଥିଲେ । ଅସ୍ତ୍ରୋପଚାରର ଅଧଘଣ୍ଟା ପରେ ଆସି ଆପଣଙ୍କ ବୋହୂ ଗର୍ଭବତୀ ନୁହନ୍ତି । ତାଙ୍କ ପେଟରେ ଗ୍ୟାସ ଭରି ରହିଥିବାରୁ ଏଭଳି ଯନ୍ତ୍ରଣା ହେଉଥିବା କହିଥିଲେ ।

NetDoctor

ଅନ୍ୟ ପକ୍ଷରେ, ମୋ ପାଖରେ ନବଜାତ ଶିଶୁ ଥିଲା । ତା’ପରେ ଡ଼ାକ୍ତର ମୋତେ ଇଞ୍ଜେକ୍ସନ ଦେଇ ଅଚେତ କରାଇ ଦେଲେ । ହୋସ ଆସିବା ପରେ ମୋ ପାଖରେ ପିଲାଟି ନଥିଲା ବୋଲି ପୀଡ଼ିତା କହିଛନ୍ତି । ତେବେ ପ୍ରକୃତ ସତ କ’ଣ ସେ ନେଇ ପୁଲିସ ତଦନ୍ତ କରୁଥିବା ଜଣାପଡ଼ିଛି ।

ସମ୍ବନ୍ଧିତ ଖବର