ଡାକ୍ତର ନୁହେଁ କଂସେଇ ! ପୁତ୍ରକୁ କନ୍ୟା ସାବ୍ୟସ୍ତ କରିବା ପାଇଁ ନବଜାତ ଶିଶୁର ଗୁପ୍ତାଙ୍ଗ କାଟିଲେ ଡ଼ାକ୍ତର

ରାଞ୍ଚି : ରାଞ୍ଚିରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ରକ୍ଷକ ସାଜିଛି ଭକ୍ଷକ । ଶିଶୁ ପୁତ୍ରକୁ ଶିଶୁ କନ୍ୟା ବୋଲି ସାବ୍ୟସ୍ତ କରିବା ପାଇଁ ନବଜାତ ଶିଶୁର ଗୁପ୍ତାଙ୍ଗ କାଟିଛନ୍ତି ଡ଼ାକ୍ତର । ଏହାର ଶିକାର ହୋଇ ନବଜାତ ଶିଶୁଟି ମୃତ୍ୟୁବରଣ କରିଥିବା ବେଳେ ଏ ନେଇ ପୁଲିସରେ ଅଭିଯୋଗ କରାଯାଇଛି । ପୁଲିସ ଅଭିଯୋଗ ଗ୍ରହଣ କରିବା ସହ ଫେରାର ଥିବା ଅଭିଯୁକ୍ତକୁ ଖୋଜିବା ଆରମ୍ଭ କରିଥିବା ଜଣାପଡ଼ିଛି ।

ସୂଚନା ମୁତାବକ, ଗୁଡ଼ିଆ ଦେବୀ ନାମକ ଜଣେ ମହିଳା ୮ମାସର ଗର୍ଭବତୀ ଥିବା ବେଳେ ତାଙ୍କୁ ଇଟ୍‌ଖୋରୀର ଜୟ ପ୍ରକାଶ ନଗରରେ ଥିବା ଓମ୍‌ ନର୍ସିଙ୍ଗ ହୋମ୍‌କୁ ଅଣା ଯାଇଥିଲା । ଗୁଡ଼ିଆ ଦେବୀ ରୁଟିନ୍‌ ଚେକ୍‌-ଅପ୍‌ ପାଇଁ ଆସିଥିବା ବେଳେ ଡ଼ାକ୍ତର ତାଙ୍କୁ ଅଲଟ୍ରାସାଉଣ୍ଡ କରିବା ପାଇଁ କହିଥିଲେ । ଅଲଟ୍ରାସାଉଣ୍ଡ ପରେ ତାଙ୍କ ପେଟରେ ଜଣେ ଶିଶୁ କନ୍ୟା ଅଛି ବୋଲି ଡ଼ାକ୍ତର ଜଣାଇବା ସହ ଅସ୍ତ୍ରୋପଚାର କରାଯାଇ ତାକୁ ବାହାରକୁ ଅଣାଯିବ ବୋଲି ଗୁଡ଼ିଆଙ୍କ ସ୍ୱାମୀ ଅନିଲ ପଣ୍ଡାଙ୍କୁ ଜଣାଇଥିଲେ । ମଙ୍ଗଳବାର ତାଙ୍କୁ ଚିକିତ୍ସା ପାଇଁ ନିଆଯାଇଥିବା ବେଳେ ସେହି ଦିନ ରାତିରେ ତାଙ୍କର ପ୍ରସବ କରାଯାଇଥିଲା । ଜନ୍ମ ପରେ ଶିଶୁପୁତ୍ର ଜନ୍ମ ହେବାର ଦେଖି ଡ଼ାକ୍ତର ଜଣଙ୍କ ନବଜାତ ଶିଶୁର ଗୁପ୍ତାଙ୍ଗ କାଟି ଦେଇଥିଲେ । ଯାହା ଫଳରେ ଶିଶୁଟି ମୃତ୍ୟୁବରଣ କରିଥିଲା ।

IndianFolk

ମୃତ୍ୟୁବରଣ ପରେ ଡ଼ାକ୍ତର ଅନିଲଙ୍କୁ ତାଙ୍କ ପିଲା ଜନ୍ମ ହେବା ପରେ ପରେ ତା’ର ମୃତ୍ୟୁ ହୋଇଗଲା ବୋଲି ଜଣାଇଥିଲେ । କିନ୍ତୁ ଡ଼ାକ୍ତରଙ୍କ ଏଭଳି କାମ ବିଷୟରେ ପୂର୍ବରୁ ଜାଣି ପାରିଥିବା ଗୁଡ଼ିଆ ଚେତା ଫେରିବା ପରେ ନର୍ସିଂ ହୋମ୍‌ରେ ପାଟି କରିବା ସହ ନିଜ ପରିବାରକୁ ପୂରା ଘଟଣା ବିଷୟରେ ଜଣାଇଥିଲେ । ମାମଲାକୁ ଶାନ୍ତ କରିବାକୁ ଯାଇ ବିଫଳ ହେବାରୁ ଡ଼ାକ୍ତର ଅନୁଜ୍‌ ସେଠାରୁ ଫେରାର୍‌ ହୋଇ ଯାଇଥିଲେ । ଏ ନେଇ ପରିବାର ଲୋକେ ପୁଲିସକୁ ଜଣାଇବା ପରେ ନର୍ସିଂ ହୋମ୍‌କୁ ସିଲ୍‌ କରିବା ସହ ଅପରାଧୀକୁ ଖୋଜିବା ଆରମ୍ଭ କରିଛି ପୁଲିସ ।

ସମ୍ବନ୍ଧିତ ଖବର