ପ୍ରସୂତି ଗୃହରେ ଡାକ୍ତର ମହିଳାଙ୍କ ନଗ୍ନ ଫଟୋ ଉଠାଇଥିବା ଅଭିଯୋଗ

ମଲାପୁରମ(କେରଳ): ପ୍ରସୂତିଗୃହରେ ଜଣେ ମହିଳାଙ୍କ ନଗ୍ନ ଫଟୋ ଉଠାଇବା ନେଇ କେରଳର ମଲ୍ଲାପୁରମ ଜିଲ୍ଲାର ମଞ୍ଜେରିସ୍ଥି ଏକ ଘରୋଇଡାକ୍ତରଖାନାର ଡାକ୍ତରଙ୍କ ନାମରେ ମାମଲା ରୁଜୁ ହୋଇଛି। ଘଟଣା ୨୦୧୬ ମସିହା ନଭେମ୍ବର ମାସରେ ଘଟିଥିଲା। ଏ ନେଇ ଏହି ୨୫ ବର୍ଷୀୟା ଯୁବତୀ ଜଣକ ଜିଲ୍ଲାପାଳ ଓ ପୁଲିସ ଅଧିକ୍ଷକଙ୍କ ନିକଟରେ ଅଭିଯୋଗ କରିଥିଲେ। ମାତ୍ର ଏ ନେଇ ପୁଲିସ ମାମଲା ରୁଜୁ ନ କରିବାରୁ ମହିଳାଜଣକ ମଞ୍ଜେରିର ନିମ୍ନ ଅଦାଲତରେ ଆବେଦନ କରିଥିଲେ। ପରେ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଗତ ସୋମବାର ଦିନ ମଞ୍ଜେରିର ପ୍ରଶାନ୍ତି ହସଫିଟାଲର ଡାକ୍ତର ଏମସି ଜୟ, ତାଙ୍କ ପତ୍ନୀ ଓ ୨ ଜଣ ନସିଂ ଷ୍ଟାଫ୍‌ଙ୍କ ନାମରେ ପୁଲିସ ମାମଲା ରୁଜୁ କରିଛି।

ସମ୍ବନ୍ଧିତ ଖବର