୧.୮୦ଲକ୍ଷ ଟଙ୍କାରେ ନବଜାତ ଶିଶୁକୁ ବିକ୍ରି କରିଥିଲେ ଡାକ୍ତର

ତାମିଲନାଡ଼ୁ : ତାମିଲନାଡୁରେ ନବଜାତ ଶିଶୁ କନ୍ୟାକୁ ୧.୮୦ଲକ୍ଷ ଟଙ୍କାରେ ବିକ୍ରି କରିବା ଅପରାଧରେ ପୁଲିସ ୬ ଜଣଙ୍କୁ ଗିରଫ କରିଛି ।

ସୂଚନାଯୋଗ୍ୟ, ଯେଉଁ ଦମ୍ପତିମାନଙ୍କର ସନ୍ତାନ ନାହିଁ ସେମାନଙ୍କଠାରୁ ଟଙ୍କା ଆଣି ଜଣେ ଡ଼ାକ୍ତାର ନବଜାତ ଶିଶୁକନ୍ୟାକୁ ବିକ୍ରି କରୁଥିବା ଅଭିଯୋଗ ଆସିଥିଲେ। ଏହି ଘଟଣା ସମ୍ପର୍କରେ ପୁଲିସ ଜାଣିବା ପରେ ଅନୁସନ୍ଧାନ ଆରମ୍ଭ କରି ଅଭିଯୁକ୍ତକୁ ଗିରଫ କରିଥିଲା । ନବଜାତ ଶିଶୁକନ୍ୟାକୁ ହସ୍ତାନ୍ତର କରାଯାଇଥିବା ଦମ୍ପତି ତାମିଲନାଡ଼ୁର ମିନ୍‌ସ୍ରୁତିରେ ବସବାସ କରୁଥିବା ଜଣାପଡ଼ିଛି ।

ଉଲ୍ଲେଖଯୋଗ୍ୟ, ଜନ୍ମ ଦେଇଥିବା ମାତା-ପିତାଙ୍କ ପାଖରେ ପିଲାକୁ ପାଳିବାକୁ ଯଥେଷ୍ଟ ଟଙ୍କା ନଥିଲା। ଏଥିପାଇଁ ପିଲାକୁ ଅନ୍ୟ ଲୋକକୁ ବିକ୍ରି କରି ଦେଇ କିଛି ଟଙ୍କା ପାଇବା ଆଶାରେ ଏପରି କରିଥିଲେ। ଏଥିପାଇଁ ସେମାନେ ତାଙ୍କ ବନ୍ଧୁ ବାନ୍ଧବଙ୍କୁ ଗ୍ରାହକ ଯୋଗାଡ଼ କରିବାକୁ କହିଥିଲେ । ଏହା ପରେ ତାଙ୍କରବନ୍ଧୁ ସିଦ୍ଧ ଜଣେ ଡ଼ାକ୍ତରଙ୍କୁ ଏନେଇ ଜଣାଇବା ପରେ ଡ଼ାକ୍ତର କୋଏମ୍ବାଟୁରର ଜଣେ ନିସନ୍ତାନ ଦମ୍ପତିଙ୍କୁ ଭେଟିଥିଲେ । ଉକ୍ତ ନିଃସନ୍ତାନ ଦମ୍ପତିଙ୍କୁ ଭେଟିବା ପରେ ତାଙ୍କ ଠାରୁ ଡାକ୍ତର ୧.୮୦ଲକ୍ଷ ଟଙ୍କା ନେଇ ଶିଶୁକନ୍ୟା ଦେଇଥିଲେ ।

ାଏହି ଦମ୍ପତି ଶିଶୁକନ୍ୟାର ଟିକା କରଣ ପାଇଁ ମିନୁସ୍ରୁତିର ପ୍ରାଥମିକ ଚିକିତ୍ସା କେନ୍ଦ୍ରକୁ ଯାଇ ନଥିଲେ । ଟିକା ଦେବା ପାଇଁ ନ ଯିବାରୁ ପ୍ରାଥମିକ ଚିକିତ୍ସା କେନ୍ଦ୍ରର କର୍ମକର୍ତ୍ତାମାନେପିଲାକୁ ଟିକା ଦେବା ପାଇଁ ଘରକୁ ଆସିଥିଲେ। କିନ୍ତୁ ଦମ୍ପତି ତାଙ୍କ ପିଲାକୁ କୌଣସି ଟିକା ଦେବା ଦରକାର ନାହିଁ ବୋଲି ମନା କରି ଦେଇଥିଲେ।

ଏହି ଘଟଣା ବିଷୟରେ ମିନୁସ୍ରୁତିର ପ୍ରାଥମିକ ଚିକିତ୍ସା କେନ୍ଦ୍ରର କର୍ମକର୍ତ୍ତାମାନେ ଉଚ୍ଚପଦସ୍ଥ ଅଧିକାରୀମାନଙ୍କୁ ଜଣାଇବା ପରେ ସେମାନେ ଜିଲ୍ଲା ଶିଶୁ ସଂରକ୍ଷଣ ଅଧକାରୀ ଏବଂ କଲେକ୍ଟରଙ୍କୁ ଏନେଇ ଅବଗତ କରାଇଥିଲେ । ଏ ନେଇ ଏତଲା ଦିଆଯିବା ପରେ ପୁଲିସ ତଦନ୍ତ ଆରମ୍ଭ କରିଥିଲା । ଏହି ଘଟଣା ଦାରିଦ୍ରତା ପାଇଁ ହୋଇଛି ବୋଲି ଜାଣିବା ପରେ ପୁଲିସ ଶିଶୁର ମାତା-ପିତା ସମେତ ୬ଜଣଙ୍କୁ ଗିରଫ କରିଥିଲା ।

ସମ୍ବନ୍ଧିତ ଖବର